Search
Close this search box.

ଜୀବ ଜଗତ ପାଇଁ ଅଶୁଭ ସଙ୍କେତ

0
SHARES
19
VIEWS

ଲୁହାପଥର ଆବର୍ଜନା ମାଟିରେ କୁରାଢିନାଳ କୁ ପୋତିଦେବେ
ତୋଡା ସଂରକ୍ଷିତ ଜଙ୍ଗଲ ଏବଂ ଜୀବ ଜଗତ ପାଇଁ ଅଶୁଭ ସଂକେତ

ବରସୁଆଁ ବନାଞ୍ଚଳ ଅଧିକାରି ଚୁପ୍

ବଣାଇ – ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡ ର ବରସୁଆଁ ବନାଞ୍ଚଳ ଅନ୍ତର୍ଗତ ବରସୁଆଁ ରେଳ ସାଇଡିଂ ପାର୍ଶ୍ଵ ଦେଇ ବୋହି ଯାଇଚି ଲହୁଣୀପଡ଼ା ଏବଂ କୋଇଡା ର ଜୀବନ ରେଖା କୁରାଢିନାଳ | କାହିଁ କେତେ ଅନାଦି କାଳ ରୁ ପ୍ରକୃତିକୋଳ ରୁ ଝର ଝର ନାଦ ଦେଇ ବହି ଚାଲିଥିବା କୁରାଢିନାଳ ଜିବଜଗତର ତୃଷ୍ଣା ମେଣ୍ଟାଇ ଥାଏ | ତେବେ ଦୁଃଖ ଏବଂ ପରିତାପ ର ବିଷୟ ଏବେ ଉକ୍ତ ଝରଣା ପାଣିରେ ଲୌହ ଯୁକ୍ତ ପଥର ଗୁଣ୍ଡ ମିଶା ପାଣି ପି ଟେନସା ସମେତ ଅନେକ ଜାଗା ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କିଛି ଦିନ ହେବ ଲଗାତାର ଭାବେ ଲୌହ ପଥର ଆବର୍ଜନା ଗୁଣ୍ଡ କୁ ରେଳ ସାଇଡିଂ ରୁ ନେଇ ତୋଡା ସଂରକ୍ଷିତ ଜଙ୍ଗଲର କୁରାଢିନାଳ କୁଳ ରେ ଗଦା କରୁଛନ୍ତି କର୍ତ୍ତୃପକ୍ଷ | ୨୦୧୨ ମସିହା ରେ ବାରସୁଆଁ ବନାଞ୍ଚଳ ପକ୍ଷରୁ ରେଳ ବିଭାଗ କୁ ଉକ୍ତ ଯାଗାରେ କୌଣସି କାର୍ଯ୍ୟ ନ କରିବା ପାଇଁ ବାରଣ ସତ୍ତ୍ୱେ ଏଭଳି କାର୍ଯ୍ୟକୁ ବନ ବିଭାଗ କିପରି ନଜର ଦେଉ ନାହାନ୍ତି ତାହା ବଡ ପ୍ରଶ୍ନ | ଯେଉଁ ବର୍ଯ୍ୟ ମାଟି କୁରାଢି ନାଳ କୂଳରେ ଜମା କରାଯାଇଛି ଉକ୍ତ ମାଟି ଧସି ବର୍ଷା ଦିନରେ ନାଳ ପାଣିରେ ମିଶି ଦୂଷିତ କରିବା ସହିତ ଝରଣା ଟିକୁ ସଙ୍କୁଚିତ କରାଇବ | ସବୁଠାରୁ ବଡ଼ କଥା ହେଲା ନାଳ ର କିଛି ଦୂର ତଳ ଅଞ୍ଚଳ ରେ ବରସୁଆଁ ଲୌହ ଖଣିର ପିଇବା ପାଣି ସଂଗ୍ରହ କେନ୍ଦ୍ର ଅଛି ଯେଉଁଠୁ ବାରସୁଆଁ ଏବଂ ଟେନସା କଲୋନୀ କୁ ପାଣି ପ୍ରେରିତ ହୋଇଥାଏ | ତେବେ ବନାଞ୍ଚଳ ଅଧିକାରି ନବିନ ପ୍ରଧାନ ଙ୍କୁ ଏ ବାବଦ ରେ ପଚରିବାରୁ ସେ ଜଣାଇଥିଲେ ପୂର୍ବରୁ ମଧ୍ୟ୍ୟ ଜାଗାଟି ସଂରକ୍ଷିତ ଜଙ୍ଗଲ ରେ ଆସୁଥିବାରୁ ଉକ୍ତ ସ୍ଥାନ ରେ ମାଟି ନ ପକାଇବାକୁ ତାଗିଦ୍ କରଯାଇଛି ତଥାପି ଯଦି ଉକ୍ତ ସ୍ଥାନ ରେ କେହି ମାଟି ପକାଇ ଥାନ୍ତି ତେବେ ଦୋଷି ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ତେବେ ଦେଖିବାକୁ ବାକିରହିଲା ବନ ବିଭାଗ ଆଗକୁ ଦୋଷୀ ଙ୍କ ବିରୋଧ ରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି |

    Related News

    Follow Us