Search
Close this search box.

ରାସ୍ତା ସଫେଇ ମେସିନର ଶୁଭ ଉଦଘାଟନ

0
SHARES
166
VIEWS

ଯୋଡ଼ା : ୨୬/୦୨: (ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ଏକ ଖଣି ପ୍ରବଣ ସହର । ପ୍ରତିଦିନ ଯୋଡ଼ା ସହର ଦେଇ ଯାଇଥିବା ୨ନମ୍ବର ବିଜୁ ପଟ୍ଟନାୟକ ରାଜ୍ୟ ରାଜପଥରେ ହଜାର ହଜାର ଲୁହାପଥର ବୋଝେଇ ଟ୍ରକ ଯାତାୟାତ କରିଥାଏ । ଫଳରେ ଧୂଳି ଉଡି ଗଛପତ୍ର ନାଲି ରଙ୍ଗରେ ଆଚ୍ଛାଦିତ ହେବା ସହିତ ପଥଚାରି ମାନଙ୍କ ପାଇଁ ସମସ୍ୟା ଶ୍ରୁଷ୍ଠି କରିଥାଏ । ଏଥିସହିତ ଧୂଳି ଉଡି ଲୋକଙ୍କ ଘରେ ପଶିବା ସହିତ ବାୟୁମଣ୍ଡଳ ଦୂଷିତ କରିଥାଏ । ଯାହାଦ୍ୱାରା ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ଅନେକ ସମୟରେ ବାୟୁମଣ୍ଡଳ ଦୂଷିତ ଯୋଗୁଁ ଶ୍ୱାସକ୍ରିୟା ଜନିତ ରୋଗରେ ପଡ଼ି ଅକାଳରେ ଜୀବନ ମଧ୍ୟ ଚାଲିଯାଏ । ଏହାକୁ ନଜରରେ ରଖି ପ୍ରଥମେ ଟାଟାଷ୍ଟିଲ ପକ୍ଷରୁ ଯୋଡ଼ା ସହରକୁ ପ୍ରଦ୍ୟୁଷଣ ମୁକ୍ତ କରିବା ନିମନ୍ତେ ଗୋଟିଏ ରାସ୍ତା ସଫେଇ ମେସିନ ସାହାଯ୍ୟରେ ପ୍ରାୟ ଦୁଇମାସ ହେବ ରାସ୍ତାରୁ ଧୂଳି ସଫା କରିବାରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳୁଛି । ଗୋଟିଏ ମେସିନ ଧୂଳି ସଫା କରିବାରେ ପର୍ଯ୍ୟାପ୍ତ ନହେବାରୁ ଯୋଡ଼ା ପୋୖରାଧକ୍ଷ ଜଗଦୀଶ ପ୍ରସାଦ ସାହୁଙ୍କ ଅନୁରୋଧ କ୍ରମେ କେନ୍ଦୁଝର ଜିଲ୍ଲାପାଳ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୬୫ ରୁ ୭୦ ଲକ୍ଷ ଟଙ୍କା ବିନିମୟରେ ଏକ ନୂତନ ରାସ୍ତା ସଫେଇ ମେସିନ ଯୋଡ଼ା ପୌରପାଳିକାକୁ ପ୍ରଦାନ କରିଛନ୍ତି । ଉକ୍ତ ସଫେଇ ମେସିନଟି ଆଜି ସୋମବାର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ଵଜିତ ଦଳେଇ , ପୋୖରାଧକ୍ଷ ଜଗଦୀଶ ପ୍ରସାଦ ସାହୁ , ଉପାଧକ୍ଷ୍ୟା ସନ୍ଧ୍ୟା ପାତ୍ର , ବାବୁଲାଲ ସାହୁ ଓ ସମସ୍ତ କାଉନସିଲର ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଏହାକୁ ରାସ୍ତା ସଫେଇ ପାଇଁ ଅନୁମତି ପ୍ରଦାନ କରିଥିଲେ । ପ୍ରଥମେ ମେସିନଟି ପୌରପାଳିକା ଠାରୁ କଳାପାହାଡ଼ ଯାଇ ସେଠାରୁ ପୁନର୍ବାର ଫେରି ଯୋଡ଼ା ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ସାଫା କରିଥିଲା । ଦୁଇଟି ମେସିନ ସଠିକ ଢଙ୍ଗରେ ପରିଚାଳନା କରାଗଲେ ଯୋଡ଼ା ସହର ଆଗାମୀ ଦିନରେ ପ୍ରଦ୍ୟୁଷଣ ମୁକ୍ତ ହେବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।

    Related News

    Follow Us