ଯୋଡା ରେ ଭାଗବତ ସପ୍ତାହ ପାଳନ- ଯୋଡା (ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା 8 ନମ୍ବର ୱାର୍ଡ ଗଣେଶ ଭବନ ନିକଟରେ ସମାଜସେବୀ ଶରତ ଚନ୍ଦ୍ର ନାୟକ ଙ୍କ ଦ୍ଵାରା 18 ଫେବ୍ରୁଆରି ଠାରୁ 24 ଫେବୃଆରୀ ପର୍ଯ୍ୟନ୍ତ 7 ଦିନ ବ୍ୟାପୀ ଭାଗବତ ସପ୍ତାହ ପାଳନ କରାଯାଇଛି, ଏହି କାର୍ଯ୍ୟକ୍ରମରେ ଓଡିଶା ର ପ୍ରସିଦ୍ଧ ଭାଗବତ କଥାକାର ବାବାଜୀ ଅମୃତାନଂଦ ଦାସ ମହାରାଜ ଙ୍କ ଦ୍ଵାରା ଭାଗବତ ପାଠ କରାଯାଇଥିଲା , ଭାଗବତ ପାଠ ର ପ୍ରଥମ ଦିନରେ ଜନସାଧାରଣ ଙ୍କ ନିମନ୍ତେ ଭାଗବତ ର ମହତ୍ତ୍ଵ ଓ ପରୀକ୍ଷିତ ରାଜା ଙ୍କୁ ବ୍ରହ୍ମା ଙ୍କ ଅଭିଶାପ ବିଷୟରେ କଥା ମାଧ୍ୟମରେ ଶ୍ରବଣ କରାଇଥିଲେ, ଦ୍ଵିତୀୟ ଦିନ ତଥା ଅନ୍ୟ ଦିନ ଗୁଡ଼ିକରେ କପିଳ ମୁନି, ଧୃବ ଚରିତ୍ର, ଗଜରାଜ ଉଦ୍ଧାର, ପ୍ରହ୍ଲାଦ ହିରଣ୍ୟକଶିପୁ ଚରିତ୍ର,ବଳି ଚରିତ୍ର, ଭଗବାନ ବିଷ୍ଣୁ ଙ୍କ ବିଭିନ୍ନ ଅବତାର ଓ ତାହାର ପ୍ରାଧାନ୍ୟ, କୃଷ୍ନ ଜନ୍ମ, ଗୋପ ଲୀଳା, ମଥୁରା ବିଜେ, କଂସ ବଧ, ରୁକ୍ମଣୀ ବିବାହ ପ୍ରଭୃତି କରାଯାଇ ଅଞ୍ଚଳ କୁ ଆଧ୍ୟାତ୍ମିକ ବାତାବରଣ ରେ ଭରି ଦେଇଥିଲା, ବ୍ୟସ୍ତ ବହୁଳ କର୍ମମୟ ଜୀବନ ରୁ ସମୟ ବାହାର କରି ଅନେକ ଶ୍ରଦ୍ଧାଳୁ ଶ୍ରୋତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ, ଯୋଡା ପରି ଖଣି ଅଞ୍ଚଳରେ ଭାଗବତ ସପ୍ତାହ କୁ ସ୍ଥାନୀୟ ବାସିନ୍ଦା ମନଭରି ଉପଭୋଗ କରିଥିଲେ,,