Search
Close this search box.

ସି ଏଚ ନୂଆଙ୍ଗା ରେ ବିଏସ ୱାଇ କାର୍ଡ ରେ ମହିଳାଙ୍କ ନାମରେ ରାଜ୍ୟ ସରକାର ଙ୍କ ମିଛ ପ୍ରଚାର |

0
SHARES
5
VIEWS

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଚାଁଗୁଡ଼ିଆ ପଦର ନୂଆଁ ଗାଁ ଗ୍ରାମର ସରସ୍ବତୀ ସେଠୀ ବୟସ 60 ବର୍ଷ, ସ୍ୱାମୀ ନିତ୍ୟାନନ୍ଦ ସେଠୀ ବୟସ 70 ବର୍ଷ, ତାଙ୍କ ନାମରେ ପଞ୍ଚାୟତ ର ବିକାଶ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ବହିରେ ରେ ମିଛ ପ୍ରଚାର କରାଯିବାର ଶୁଣି ସରସ୍ବତୀ ଙ୍କ ଉଚ୍ଚ ରକ୍ତ ଚାପ ବଢ଼ି ଯାଇଥିଲା | ସେ ସୁସ୍ଥ ହେବାପରେ ଗଣମାଧ୍ୟମରେ ସେ ଅଭିଯୋଗ କରିଛନ୍ତି ଏବଂ ଏହି ଲେଖା ସମ୍ପୂର୍ଣ ମିଥ୍ୟା, କପୋଳ କର୍ପିତ, ଅଟେ ବୋଲି ଦୃଢତାର ସହ କହି ଛନ୍ତି | ଘଟଣାରୁ ଜଣାପଡିଛି ଯେ ତାଙ୍କୁ କିଛି ଲୋକ କିଛିଦିନ ତଳେ ଘରୁ ଡାକି ସାଙ୍ଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ନେଇ ପଞ୍ଚାୟତ ଅଫିସ କୁ ପହଞ୍ଚିବାକୁ କହିଥିଲେ, ସେ ପଞ୍ଚାୟତ ଅଫିସ ରେ ପହଂଚିବା ପରେ ତାଙ୍କୁ ବିଜୁ କଲ୍ୟାଣ କାର୍ଡ ଧରାଇ ଫୋଟୋ ଉଠାଇଥିଲେ, ପରବର୍ତ୍ତୀ ସମୟରେ ଆମ ପଞ୍ଚାୟତର ବିକାଶ ନାମକ ଏକ ସୁନ୍ଦର ମାର୍ଗ ଦର୍ଶିକା ବହିରେ ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ ସେଥିରେ ଛପାଇ ସେହି ବହି ସବୁ ପଞ୍ଚାୟତ ର ଘରେ, ଘରେ ଘରେ ବାଣ୍ଟି ଥିଲେ | ସେହି ବହି ସିଏଚ ନୁଆଁଗାଁ ର ଲୋକ ମାନେ ପଢି ସରସ୍ବତୀ ଙ୍କୁ ଦେଖାଇ ଥିଲେ | ତେବେ ସେହି ବହିରେ ବହୁ ମିଛ ଖବର ଓ ଫୋଟୋ ଲାଗିଥିବାର ସେ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି | ଖାଲି ସେତିକି ନୁହଁ ତାଙ୍କର କୁଆଡେ ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରିଆରେ କେଉଁ ଏକ ଘରୋଇ ମେଡିକାଲ ରେ ତାଙ୍କର ପାଇନାଲ କର୍ଡ ଅପରେସନ ହୋଉ ଥିଲା ଓ ସେଥି ପାଇଁ ସେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ କୋଟି, କୋଟି ପ୍ରଣାମ ଜଣାଇ ଛନ୍ତି ବୋଲି ସେହି ବହିରେ ଲେଖା ଥିବା ର ଶୁଣି ସେ ଭୀଷଣ ମର୍ମାହତ ହେବାସହ ସେ ମିଡ଼ିଆ ମାଧ୍ୟମରେ ଜଣାଇ ଛନ୍ତି ଯେ ସେ କୌଣସି ସରକାରୀ କିମ୍ବା ବେସରକାରୀ ମେଡିକାଲ ରେ କିଛି ବି ଅପାରସେନ କରିନାହାନ୍ତି ବୋଲି କହିଛନ୍ତି | ଏହା ତାଙ୍କୁ ଡ଼ାକିଥିବା ଲୋକ ଓ ସରକାର ଙ୍କ ମିଛ, ମନ ଗଢ଼ା କାହାଣୀ ବୋଲି କହିଛନ୍ତି | ଏହି ଘଟଣା କୁ ଶୁଣି ବିଜେପିର ଯୁବନେତା ପ୍ରତାପ ନାୟକ ଏବଂ କବିସୂର୍ଯ୍ୟ ନଗର ଏନଏସି ର ମଣ୍ଡଳ ସଭାପତି ଶ୍ରୀକାନ୍ତ ପଣ୍ଡା ଓ ରବିଦାସ, ରାଜୀବ ବେହେରା , ପ୍ରଭାତ ପରିଡା, ପ୍ରସାଦ ପରିଡା, ପହଞ୍ଚି ଏହି କାର୍ଯ୍ୟ କୁ ଗୁରୁତର ନିନ୍ଦା କରିବା ସହ ରାଜ୍ୟ ସରକାର କିପରି ମିଛ କାମ କରି ଗରିବ ହରିଜନ ମହିଳା ଙ୍କୁ ଠକୁ ଛନ୍ତି ତାର ଜ୍ୱଳନ୍ତ ଉଦାହରଣ ତ ସମସ୍ତେ ଦେଖୁଛନ୍ତି, କହିବା ସହ ଏହାଉପରେ ଭିଜିଲାନ୍ସ ତଦନ୍ତ ପାଇଁ ସେ ଦାବିକରିଛନ୍ତି | ଏପଟେ ସରସ୍ବତୀ ସେଠୀ ମଧ୍ୟ ସେ ଅପରସେନ ନହୋଇ ମଧ୍ୟ ତାଙ୍କ ନାମ ରେ ମିଛ ଲେଖା ବାହାରି ଥିବାରୁ ଏହାଉପରେ ବିରୋଧୀ ଦଳ ଓ ସିବିଆଇ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି |

    Related News

    Follow Us