Search
Close this search box.

ସ୍ଥାୟୀ ଆଇଜର କ୍ୟାମ୍ପାସକୁ ଆଭାସ ମାଧ୍ୟମରେ ଲୋକାର୍ପିତ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0
SHARES
21
VIEWS

ସ୍ଥାୟୀ ଆଇଜର କ୍ୟାମ୍ପାସକୁ ଆଭାସ ମାଧ୍ୟମରେ ଲୋକାର୍ପିତ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ୟାମ୍ପାସ ସମେତ ସବୁଠି ଖୁସିର ଲହରୀ lତା: 20-02.24 : କନିସି ବ୍ଲକ ଲଉଡ଼ି ଗାଁ ଠାରେ ସ୍ଥାପିତ ହୋଇଥିବା ବ୍ରହ୍ମପୁର ଆଇଜର ଶିକ୍ଷନୁଷ୍ଠାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଆଭାସ ମାଧ୍ୟମରେ ଆଜି ଲୋକାର୍ପିତ କରିଛନ୍ତି. ଆଇଜର ସ୍ଥାୟୀ କ୍ୟାମ୍ପସ. 29 ଟି କୋଠାରୁ 15 ଟି କୋଠାର ହେବ ଲୋକାର୍ପଣ. 263.79 କୋଟି ଟଙ୍କା ଅଟକଳ ବ୍ୟୟରେ ନିର୍ମିତ କ୍ୟାମ୍ପସକୁ ଲୋକାର୍ପିତ କରିଛନ୍ତି . କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଲୋକାର୍ପଣ ଉତ୍ସବରେ ଆଭାସ ମାଧ୍ୟମରେ ଉପସ୍ଥିତ ଥିଲେ . କେନ୍ଦ୍ର ମନ୍ତ୍ରୀ ବିଶେଷ୍ଵର ଟୁଡୁ ଯୋଗ ଦେଇ ବ୍ରହ୍ମପୁର ଆଇଜର ଶିକ୍ଷାନୁଷ୍ଠାନ ଦେଶର ଏକ ବିକଶିତ ଅନୁଷ୍ଠାନ ଭାବେ ଉଭା ହେଉଛି ବୋଲି କହିଥିଲେ. ଏହି କ୍ୟାମ୍ପସ ପାଇଁ ରାଜ୍ୟ ସରକାର 200.435 ଏକର ଜମି ଯୋଗାଇଛନ୍ତି. ଏହି କ୍ୟାମ୍ପସ ସ୍ଥାପନ ପାଇଁ କେନ୍ଦ୍ର ସରକାର 1582.78 କୋଟି ଟଙ୍କା ମଂଜୁର କରିଛନ୍ତି. 2018 ମସିହା ଡିସେମ୍ବରରେ ବ୍ରହ୍ମପୁର ଆଇଜର ସ୍ଥାପନା ନେଇ ପ୍ରଧାନ ମନ୍ତ୍ରୀ ଘୋଷଣା କରିଥିଲେ. 2019 ମସିହା ସେପ୍ଟମ୍ବର ମାସ 5 ତାରିଖରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା. ଆଜି ସ୍ଥାୟୀ କ୍ୟାମ୍ପାସ ଲୋକାର୍ପିତ ହୋଇଥିବାରୁ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ କତୃପକ୍ଷ, ବୁଦ୍ଧିଜୀବୀ ସମସ୍ଥେ ଖୁସି ଜାହିର କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଭାରତୀୟ ଜନତା ପାର୍ଟିର ସଭାପତି ଶ୍ରୀଯୁକ୍ତ ସୁବାସ ସାହୁ, କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଉତ୍ତମ ପାଣିଗ୍ରାହୀ, ବନ୍ଦିତା ତ୍ରିପାଠୀ, ଏବଂ ବହୁ ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ।

    Related News

    Follow Us