ଗ୍ରାମସଭା ମାଧ୍ୟମରେ ମୋ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ର ଶ୍ୟାମସୁନ୍ଦରପୁର ପଞ୍ଚାୟତ l ପଞ୍ଚାୟତ ରେ ଗ୍ରାମସଭା ଅନୁଷ୍ଠିତ ହୋଇଛି l ଏହି ଗ୍ରାମସଭା ପ୍ରାରମ୍ଭ ରେ ଏଲ.ଇ.ଡି ସ୍କ୍ରିନ, ପାଲା ପରିବେଷଣ ମାଧ୍ୟମରେ ବିଜେଡି ସରକାର ନବୀନ ଶାସନ ରେ ସୁଦୀର୍ଘ 25 ବର୍ଷ ର ସଫଳତା ବିଷୟ ସହିତ ଜନ୍ମ ପୂର୍ବରୁ ଜନନୀ ଯୋଜନା ଠାରୁ ଆରମ୍ଭ କରି ମୃତ୍ଯୁ ପରେ ହରିଶ୍ଚନ୍ଦ୍ର ଯୋଜନା ର ସୂଚନା ଦେଇଛନ୍ତି l ଯୋଜନା ମଧ୍ୟ ରେ ଲଷ୍ମୀ ବସ ଯୋଜନା , ଭତ୍ତା ଯୋଜନା, ରାସନ ଯୋଜନା, ଆଦର୍ଶ ପୋଖରୀ ଯୋଜନା, ବସୁଧା ଯୋଜନା, ଆମ ବ୍ୟାଙ୍କ ଯୋଜନା, ଆବାସ ଯୋଜନା ଭଳି ଭିନ୍ନ ଭିନ୍ନ ଯୋଜନା କିଭଳି ସିଧା ସଳଖ ଯୋଗ୍ୟ ହିତାଧିକାରୀ ଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ସମସ୍ତେ ସଜାଗ ହେବା ଆବଶ୍ୟକ ସେହି ବାର୍ତ୍ତା ପ୍ରଦାନ କରାଯାଇଛି l ପଞ୍ଚାୟତ ରେ ଅନୁଷ୍ଠିତ ସଭା ରେ ସରପଞ୍ଚ ପୁରୁଷତ୍ତମ ସେଠି ସଭାପତିତ୍ୱ କରିଥିବା ବେଳେ ଔପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରା, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ, ଜିଲ୍ଲା ପରିଷଦ ଉଷାରାଣୀ ରାଉଳ, ନାୟ୍ୟାପ ସରପଞ୍ଚ ମାଳତୀ ନାୟକ, ସମିତି ସଭ୍ୟ ଭୋଳାନାଥ ମାଝୀ, ପଞ୍ଚାୟତ ଅଫିସର ସୁକାନ୍ତ ପ୍ରଧାନ, ଜିଆରଏସ ଭାଗବତ ଜେନା, ଏବଂ ବର୍ଷିଆନ ସାମ୍ୟବାଦୀ ନେତା କୈଳାଶ ଚନ୍ଦ୍ର ପଣ୍ଡା ମଞ୍ଚାସିନ ରହି ଉଦବୋଧନ ଦେଇଛନ୍ତି l ଏହି ସଭା ରେ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମିଶନ ଶକ୍ତି ର ମହିଳା ଇ.ସି ମେମ୍ବର ସି.ଆର.ପି ଏମ.ବି.କେ, ବ୍ୟାଙ୍କ ମିତ୍ର ଙ୍କ ସହିତ ସହସ୍ରାଧିକ ପୁରୁଷ ମହିଳା ଉପସ୍ଥିତ ରହିଥିବା ବେଳେ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ବିଗତ ୨ ବର୍ଷ ର ଉନ୍ନତିମୂଳକ ଯୋଜନା ର ପଞ୍ଚାୟତ ପୁସ୍ତିକା କୈଳାଶ ଚନ୍ଦ୍ର ପଣ୍ଡା ଙ୍କ କର କମଳ ରେ ଶୁଭ ଉନ୍ମୋଚନ କରାଯାଇଛି lସରପଞ୍ଚ ପୁରୁଷୋତ୍ତମ ସେଠି ବିଭିନ୍ନ ଗ୍ରାମ ରୁ ପ୍ରସ୍ତାବିତ ଉନ୍ନତି ମୂଳକ ଯୋଜନା ର ଚିଠା ସର୍ବସାଧାରଣ କରିଥିଲେ l ଶେଷ ପର୍ଯ୍ୟୟ ରେ ବିଭିନ୍ନ ସ୍କୁଲ ଏବଂ ଅନୁଷ୍ଠାନ ମାନଙ୍କରୁ ଆସିଥିବା ପିଲା ମାନଙ୍କ ଦ୍ୱାରା ଗୀତ ନାଚ ର ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା