ତ୍ରିଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ, ଅସ୍ମିତ୍ ଏଣ୍ଡ ଆୟାନ୍ସ ଦଳ କୁ ହରାଇ ଚ।ତାର ଇଲେଭେନ୍ ଚାମ୍ପିଅନ
ଯୋଡା,୧୮/୨(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ସ୍ଥିତ ଆଜାଦ ବସ୍ତି ଖେଳ ପଡିଆ ଠାରେ ରବିବାର ଆଜାଦବସ୍ତି ୟୁଥ କ୍ଲବ ପକ୍ଷରୁ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚ ଅଶ୍ମିତ୍ ଏଣ୍ଡ ଆୟାନସ ଓ ଚ।ତାର ଇଲେଭେନ୍ ମଧ୍ୟରେ ହୋଇଥିଲା ।ଶେଷରେ ଚ।ତାର ଇଲେଭେନ୍ ୧-୦ ରେଅଶ୍ମିତ୍ ଏଣ୍ଡ ଆୟାନସ କୁ ହରାଇ ଚାମ୍ପିଅନ ଟ୍ରଫି ହାସଲ କରି ଥିଲା ।ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ବରିଷ୍ଠ ଉପ ସଭାପତି କୁଶ ଅ।ପଟ୍ଟ,ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ୫ନଂ ୱାର୍ଡ କାଉନସିଲର ସୁମିତ୍ରା କ।ରୁଆ ଯୋଡା ଟାଟା ଷ୍ଟିଲ ମୁଖ୍ୟ ରାଜେଶ୍ କୁମାର, ଯୋଡା ବ୍ଲକ କୃଷି ଅଧିକାରୀ ଦେବଦତ୍ତ ମିଶ୍ର,ବ୍ଲକକୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ର ଅଧ୍ୟକ୍ଷ ଦଶରଥ ବାରିକ, ଟାଟା ଷ୍ଟିଲ ର ପୂର୍ବ ଯୋଡା ଖଣି ର ବରିଷ୍ଠ ଅଧିକାରୀ ବ୍ରଜ ବିନୋଦ , ଟାଟା ଷ୍ଟିଲ ସୁରକ୍ଷା କର୍ମୀ ବିଭାଗ ଅଧିକାରୀ ମଧୁସୂଦନ ଯାଦବ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ ।ଏହି ଟୁର୍ନାମେଣ୍ଟ ରେ ସମୁଦାୟ ୩୨ ଟି ବିଭିନ୍ନ ଅଞ୍ଚଳର ଦଳ ଅଂଶ ଗ୍ରହଣ କରିଥିଲେ । ଭାଷ୍ୟ କାର ଭାବେ କ୍ଷୀରୋଦ ଗିରି ଓ ରଜତ ତିରିଆ କ୍ରୀଡା ବିବରଣୀ ପ୍ରଦାନ କରିଥିଲେ । ଚାମ୍ପିଅନ ଦଳକୁ ଏକ ଲକ୍ଷ ଟଙ୍କା, ରନର୍ସ ଅପ୍ ଦଳକୁ ୭୦ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରା ଯାଇ ଥିଲା ।ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳ କୁ ୫୦ହଜାର ଓ ୩୦ ହଜାର ଟଙ୍କା ଦିଆ ଯାଇଥିଲା ।ଏହି ଅବସରରେ ଯୋଡା ଅଞ୍ଚଳ ର ସୁନାମ ଧନ୍ୟ ଫୁଟବଲ ଖେଳାଳୀ ସୁଶିଲ ତିଉ,ଗୋପୀନାଥ ମାଝୀ,ରାଜେଶ୍ କ।ରୁଆ,ଏମ ଡି ସହିଦ,ସୁଶିଲ ମହାକୁଡ, ଗିଟୁ କ।ରୁଆ,ଦ।ର। କେ ରାଇ,ଦୋଳ ଗୋବିନ୍ଦ ମାଝୀ,ସୁରେଶ ବଇପାଇ,ଏମ ଡି ଫଇମ୍,ରଜନୀ କାନ୍ତ ରାଉତ,ରମେଶ ଚନ୍ଦ୍ର ନାଏକ ଙ୍କୁ ମଧ୍ୟ ମଞ୍ଚ ରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।