Search
Close this search box.

ଅଘୋଷିତ ବିଦ୍ୟୁତ କାଟ , ବ୍ୟବସାୟୀ ଅସନ୍ତୁଷ୍ଟ

0
SHARES
21
VIEWS

ଯୋଡ଼ା:୧୬/୦୨(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଦିନକୁ ଦିନ ଟାଟା ପାୱାର କମ୍ପାନୀ କତ୍ତୃପକ୍ଷଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ଜେବେଠାରୁ ବିଦ୍ୟୁତ ବିଭାଗର ଦାଇତ୍ୱ ଟାଟା ପାୱାରକୁ ହସ୍ତାନ୍ତର କରାଯାଇଛି ସେବେଠାରୁ ସତେ ଯେମିତି କମ୍ପାନୀ ଅଧିକାରୀ ମାନଙ୍କୁ ସିଂଘର ବଳ ମିଳିଯାଇଛି । ଯୋଡ଼ା ଏକ ଖଣି ପ୍ରବଣ ଅଂଚଳ । ଏଠାକାର ବାସିନ୍ଦା ସାଧାରଣତଃ ବ୍ୟବସାୟ ଉପରେ ନିର୍ଭର କରି ଥାନ୍ତି । କେହି କେହି ଖଣିଜ ବ୍ୟବସାୟ କରୁଥିବା ବେଳେ ଅନ୍ୟ କେହି ବିଭିନ୍ନ କ୍ଷୁଦ୍ର ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇ ଥାନ୍ତି । ଟାଟା ପାୱାର ଆସିବା ଦିନଠାରୁ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ନାହିଁ ନଥିବା କ୍ଷତି ସହିବାକୁ ପଡୁଛି । ବିଦ୍ୟୁତ କାଟର ଦୀର୍ଘ ସମୟ ପରେ କମ୍ପାନୀ ପକ୍ଷରୁ ଦିଆଯାଇଥିବା ହେଲ୍ପଲାଇନ ନମ୍ବରକୁ କଲ କଲେ ସେମାନେ ଅତି ସହଜରେ କହୁଛନ୍ତି ଫଲ୍ଟ ଥିଲା କାମ ଚାଲିଛି ଅପେକ୍ଷା କରନ୍ତୁ ଦୁଇ ୩ଘଣ୍ଟା ପରେ ଆସିଯିବ । ଯାହା ବ୍ୟବସାୟୀ ମାନଙ୍କ ବ୍ୟବସାୟ ଉପରେ ସିଧା ପ୍ରଭାବ ପକାଉଛି । ଏପଟେ କମ୍ପାନୀ ପକ୍ଷରୁ ଏକ ମାସ ବଦଳରେ ଏବେ ୨୨ ଦିନରେ ଉପଭୋକ୍ତା ମାନଙ୍କୁ ବିଲ ଦିଆଯାଉଛି । ବିଲ ଦେବାର ଘଣ୍ଟାଏ ପରେ ଜଣେ ମହିଳାଙ୍କୁ ବିଲ ଆଦାୟ କରିବାକୁ ପଠାଇ ଦିଆଯାଉଛି । ଯାହାକୁ ନେଇ ବ୍ୟବସାୟୀ ମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି । ଏହିଭଳି ପରିସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ବ୍ୟବସାୟୀ ମାନେ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ସରକାର ୨୪ ଘଣ୍ଟିଆ ବିଦ୍ୟୁତ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିବା ବେଳେ ଟାଟା ପାୱାର ସରକାରଙ୍କ ନିୟମକୁ ଖାତିର ନକରି ମନମୁଖୀ ବିଦ୍ୟୁତ କାଟ କରୁଥିବାରୁ ଲୋକେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଜନସାଧାରଣଙ୍କୁ ଅତିଷ୍ଠ କରିବା ସହିତ ବ୍ୟବସାୟ କ୍ଷତିରେ ଚାଲୁ ଥିବାରୁ ବ୍ୟବସାୟୀ ମାନେ ବିଦ୍ୟୁତ ବିଲ ପୈଠ କରିବାକୁ ଅସମର୍ଥ ମଣୁଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ନଜର ଦେବାକୁ ସାଧାରଣରେ ଦାବି ହୋଇଛି । ଯଦି ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ଆଗାମୀ ଦିନରେ ଏହା ତୀବ୍ରରୂପ ଗ୍ରହଣ କରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ବ୍ୟବସାୟୀ ମାନେ କହିଛନ୍ତି ।

    Related News

    Follow Us