ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାଲିଛାଇ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମଟି ବାଲିଛାଇ ପଞ୍ଚାୟତର ସରପଞ୍ଚ ରଶ୍ମିତା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ , ମାନ୍ୟବର ବିଧାୟିକା ମଞ୍ଜୁଳା ସ୍ବାଇଁ, ସିଡିପିଓ ଭାଗ୍ୟଲତା ପାତ୍ର ,ବିଧାୟିକା ପ୍ରତିନିଧି ନଚିକେତା ସ୍ୱାଇଁ, ୨ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଅନିମା ପରିଡ଼ା, ଆତ୍ମାରାଓ ଅଧକ୍ଷ ରାଜେଶ ପଟ୍ଟନାୟକ, ବାଲିଛାଇ ସମିତି ସଭ୍ୟ ଗୀତାଞ୍ଜଳି ଗୌଡ ,ସରପଞ୍ଚ ଜୟନ୍ତୀ ବେହେରା, ସମିତି ସଭ୍ୟ ତ୍ରିନାଥ ବେହେରା , କାଳଷଣ୍ଢ ପୁର
ସରପଞ୍ଚ ଜୟନ୍ତୀ ବେହେରା , ଚଢିଆ ପଲ୍ଲୀ ସରପଞ୍ଚ ଜୟସେନ ସ୍ବାଇଁ, ସୂର୍ଯ୍ୟକାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ I ଏହି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ମାଧ୍ୟମରେ ଗାଁ ଗାଁ ରେ କିଭଳି ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକରଣ ମହିଳା ସଂସକ୍ତିକରଣ ଓ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ର ରୂପାନ୍ତିକରଣ ହୋଇଛି ସେ ଉପରେ ଲୋକ ମାନଙ୍କୁ ଜନ ସଚେତନତା କରାଯାଇଥିଲା l ତେବେ ବାଲିଛାଇ ପଞ୍ଚାୟତର ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ୯ ଟି ପ୍ରକଳ୍ପକୁ ୫୦ ଲକ୍ଷ ଟଙ୍କାର ଅନୁଦାନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୫୦ ପରିବାରକୁ ଅନ୍ତର୍ଭୁକ୍ତ କରାଯିବା ସହ ମୁଖ୍ୟ ମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ମାଧ୍ୟମରେ ୨ଟି ପ୍ରକଳ୍ପ ପାଇଁ ୮ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି, ସେହିପରି କାଳିଆ ଯୋଜନାରେ ୬୧୮ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ, ୪୫୨ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି l ମିଶନ ଶକ୍ତି ମଧ୍ୟାମରେ ୩୭ ମିଶନ ଶକ୍ତି ଗୋଷ୍ଟିକୁ ବିନା ସୁଧରେ ୯୨ଲକ୍ଷ ୫୦ ଟଙ୍କାର ଋଣ ପ୍ରଦାନ କରାଯିବା ବେଳେ ୯୦୦ ପରିବାରକୁ ରେସନ୍ କାର୍ଡ ପ୍ରଦାନ କରାଯାଇଛି ତାହା ସହ ମମତା ଯୋଜନା ମାଧ୍ୟମରେ ୨୯୧ଗର୍ଭବତୀ ମହିଳାଙ୍କୁ ସହାୟତ ପ୍ରଦାନ କରାଯାଇଛି l ପଞ୍ଚାୟତକୁ ଆମ ବ୍ୟାଙ୍କ ଦ୍ବାରା ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଗ୍ରାମ ପଞ୍ଚାୟତକୁ ଲକ୍ଷ୍ମୀ ବସ ସେବା ପ୍ରଦାନ କରାଥିବା ପଞ୍ଚାୟତର ବିକାଶ ମୂଳକ ପୁସ୍ତକରେ ସ୍ଥାନ ଦିଆ ଯାଇଛି l ତେବେ ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ୱୟଂ ସହାୟକ ଦଳ, ଏମ ବି କେ, ସିଆରପି,ବ୍ୟାଙ୍କ ମିତ୍ର, ଅଙ୍ଗନବାଡି ବାଡ଼ି କର୍ମୀ ଙ୍କ ସହ ବହୁ ସ୍ବେଛାସେବୀ ଯୋଗ ଦେଇଛନ୍ତି l