ଶ୍ରମିକଙ୍କୁ ମିଳୁନି ମଜୁରୀ
ଡାଇଭର୍ସନ୍ ଡ୍ରେନ ନିର୍ମାଣରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦୁର୍ନୀତି , ମାଲାମାଲ୍ ଠିକାଦାର ଓ ଅଧିକାରୀ।
କନ୍ଧମାଳ- ଏମଜୀ ଏନ ଆର ଜିଏ ଯୋଜନାରେ ଦୁର୍ନୀତି ଡାଇଭର୍ସନ୍ ଡ୍ରେନ ନିର୍ମାଣ ନାମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲୁଟ କଲେ ପି ଆଇଏ , ଏଭଳି ଅଭିଯୋଗ କରିଛନ୍ତି ଗ୍ରାମ ବାସୀ ଓ ଶ୍ରମିକ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ କୁର୍ତ୍ତିମଗଡ଼ ପଂଚାୟତ ଉଙ୍ଗାମlହା କାଉଗୁଟା ଗ୍ରାମର ଖାତ ଖୋଳୁଥିବା ଶ୍ରମିକ l ସୂଚନା ଅନୁଯାଇ ତୁମୁଡିବନ୍ଧ ମୂର୍ତ୍ତିକା ସଂରକ୍ଷ୍ୟଣ ବିଭାଗ ପକ୍ଷରୁ ଆର୍ଥିକ ବର୍ଷ 2020 2021ବର୍ଷ କୁର୍ତ୍ତିମ୍ ଗଡ଼ ପଞ୍ଚାୟତ ଉଙ୍ଗାମlହା କାଉଗୁଟା ଗ୍ରାମର ପାହାଡ଼ରୁ ଆସୁଥିବା ବର୍ଷା ଜଳକୁ ଚାଷ ଜମିରେ ନ ମାଡ଼ିବl ପାଇଁ ଜଳଅବଶୋଷଣ ଖାତ ବା ଫିଟ ନିର୍ମାଣ କରିବା ନିମନ୍ତେ ସ୍ଥାନୀୟ ଶ୍ରମିକ ଏମଜୀ ଏନ ଆର ଜିଏ ଯୋଜନାରେ ଜଳ ଅବଶୋଷଣ ଖାତ ବା ଫିଟ ଖୋଳିଲେ କିନ୍ତୁ ଦୁଇ ବର୍ଷ ହେବ ବକେୟା ଥିବା ମଜୁରୀ ଟଙ୍କା ପାଇପାରୁ ନାହାନ୍ତି l ଏପଟେ କାମ କରିନଥିବା ଲୋକଙ୍କୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ପଠାଇ ଆତ୍ମ ସାତ କରାଯାଇଥିବା ଅଭିଯୋଗ କରିଛନ୍ତି ଶ୍ରମିକ ସନୁଜ ଡିଗାଲ l ଏହା ସହ 100ଟି ଫିଟ ନିର୍ମାଣ କରି 3 ଲଖ୍ୟ 70 ହଜାର ଟଙ୍କା ଠିକା ଦlର ବୁବୁଲା ମଲିକ ଙ୍କ ଜରିଆରେ ବେନାମୀ ଖାତାକୁ ସରକାରୀ ଟଙ୍କା ପଠାଇ ପି ଆଇଏ ଆତ୍ମ ସାତ କରିଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତି l ବୁବୁଲା ମଲିକ ଙ୍କୁ ପଚାରି ବାରୁ ସେ କହିଛନ୍ତି ପି ଆଇଏ ଙ୍କ ନିର୍ଦେଶ ଅନୁଯାଇ ଆମେ କାମ କରି ଅଛୁ l ଏ ନେଇ ଦାୟିତ୍ୱ ରେ ଥିବା ପି ଆଇଏ ବସନ୍ତ ସ୍ୱlଇ ଙ୍କୁ ପଚାରି ବାରୁ ସେ ସନ୍ତସ ଜନକ ଉତ୍ତର ଦେଇ ପାରିନଥିଲେ lଏଭଳି ଏହି ପଂଚାୟତ ରେ ଏମଜି ଏନ ଆର ଯିଏ ଯୋଜନାରେ ଗୋଟିଏ ପୁରାତନ ବନ୍ଧକୁ ନୂତନ ବନ୍ଧ ନିର୍ମାଣ କରିଥିବା ଦର୍ଶାଇ ତିନି ଥର ବିଲ କରି ସରକାରୀ ଟଙ୍କା ଆତ୍ମ ସାତ କରିଥିବା ଗ୍ରାମ ବାସି ସଞ୍ଜୀବ ମଲିକ ଅଭିଯୋଗ କରିଛନ୍ତି l ଉକ୍ତ ପଂଚାୟତ ରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଶ୍ରମିକ ମାନେ ଦାବି କରିଛନ୍ତି l ଜିଲ୍ଲା ପାଳ ଏଥି ପ୍ରତି ଦୃଷ୍ଟି ଦେଇ ଦାୟିତ୍ୱ ରେ ଥିବା କର୍ମଚାରଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ମୁଲ କାର୍ଯ୍ୟ କରିଥବା ଲୋକଙ୍କ ବକେୟା ଥିବା ମଜୁରୀ ଟଙ୍କା ପ୍ରଦାନ କରିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି l ଏହି କାର୍ଯ୍ୟ ରେ ଠିକାଦାର ଓ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା କୁ ସାଧାରଣ ରେ ବିରୋଧ କରି ଭିଜିଲାନ୍ସ ତଦନ୍ତ ସହ କାର୍ଯ୍ୟ ରେ ଜଡିତ ସମସ୍ତଙ୍କୁ ଆଇନ ଅନୁଯାୟୀ ଜେଲ୍ ଦଣ୍ଡ କରାଯାଉ ବୋଲି ଦାବି ହେଉଛି।
କନ୍ଧମାଳ ରୁ ସୁବ୍ରତ କୁମାର ଙ୍କ ରିପୋର୍ଟ ସଂଘର୍ଷ ଟିଭି