Search
Close this search box.

ଟାଟା ଷ୍ଟିଲ୍ ମିଡିଆ ମୈତ୍ରୀ କପ କ୍ରିକେଟ୍ : କୋଇଡ଼ା କୁ ହରାଇ ଯୋଡା ମିଡିଆ ଚାମ୍ପିଅନ

0
SHARES
4
VIEWS

ଯୋଡା, ୧୨/୦୨(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡ଼ା ଟାଟା ଷ୍ଟିଲ୍ ଲିମିଟେଡ ଆୟୋଜିତ ଏକ ମିଡିଆ ମୈତ୍ରୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିଥିଲା ସ୍ଥାନୀୟ ଟାଟା ଷ୍ଟିଲ ପ୍ଲେ ଗ୍ରାଉଣ୍ଡ ଖେଳ ପଡ଼ିଆ ଠାରେ ରବିବାର ଆୟୋଜିତ ହୋଇଯାଇଛି । ସମୁଦାୟ ୬ଟି ଦଳ କୁ ନେଇ ଆୟୋଜିତ କରାଯାଇଥିଲା ଏହି ଟୁର୍ଣ୍ଣାମେଣ୍ଟ ରେ କୋଇଡ଼ା ଟିମ କୁ ହରାଇ ଯୋଡା ମିଡିଆ ଦଳ ଚାମ୍ପିଅନ୍ ହୋଇଛି ।
ଏହି ଟୁର୍ଣ୍ଣାମେଣ୍ଟ ‌ରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ (ଓ ଏମ୍ କ୍ୟୁ) ର ମହାପ୍ରବନ୍ଧକ ଅତୁଲ ଭଟ୍ଟନାଗର ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍ ଯୋଡାର ମୁଖ୍ୟ ରାଜେଶ କୁମାର, କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା, ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ମୁଖ୍ୟ ରାହୁଲ କିଶୋର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ଚିତ୍ତାକର୍ଷକ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଇଡ଼ା ଦଳ ଦୁଇ ୱିକେଟ ହରାଇ 56 ରନ ସଂଗ୍ରହ କରିଥିଲା ।
ଏହି ଟାର୍ଗେଟକୁ ପିଛା କରି ଯୋଡା ଦଳ ଟୁର୍ଣ୍ଣାମେଣ୍ଟ ର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲା ।
ଏହି ମ୍ୟାଚରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ଯୋଗୁଁ ମ୍ୟାନ୍ ଅଫ ଦି ମ୍ୟାଚ ଭାବରେ ଯୋଡା ଦଳର ସମୀର କୁମାର ଦାଶ, ମନୀନ୍ଦ୍ର ସୁନ୍ଦର ବାରିକ ଓ କୋଇଡ଼ା ଦଳ ର ପପୁ ପାତ୍ର ଙ୍କୁ ପୁରସ୍କୃତ କରଯାଇଥିଲା ।କୋଇଡା ଦଳର ଆକାଶ ଶର୍ମା ଙ୍କୁ ବେଷ୍ଟ ବ୍ୟାଟସମ୍ୟାନ୍ ଭାବରେ ଓ ଯୋଡା ଦଳର କ୍ୟାପଟେନ୍ ଦୀପକ ଶତପଥୀ ଙ୍କୁ ମ୍ୟାନ୍ ଅଫ ଦ ସିରିଜ ଭାବେ ପୁରସ୍କୁତ କରଯାଇଥିଲା ।

    Related News

    Follow Us