Search
Close this search box.

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଓ ନିଯୁକ୍ତି,ଶ୍ରମ ଆଇନ ର ପରିବର୍ତନ ଦାବିରେ କେଏମ୍ଏଫ୍ ଡବ୍ଲ୍ୟୁ ପକ୍ଷରୁ ଶ୍ରମିକ ସମାବେଶ

0
SHARES
64
VIEWS

ଯୋଡା,୧୧/୨(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଜୁରୁଡ଼ି ହାଟ ପଦା ଛକ ଠାରେ କେଉଁଝର ମାଇନ୍ସ ଏଣ୍ଡ ଫରେଷ୍ଟ ୱର୍କରସ ୟୁନିଅନ୍ (ଏ ଆଇ ଟି ୟୁ ସି) ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରି ରବିବାର ଏକ ବିରାଟ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।ବିଭିନ୍ନ ଦାବି ଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାର ଙ୍କ ଶ୍ରମିକ ମ।ରଣ ନୀତି ବିରୁଦ୍ଧରେ,ପ୍ରଚଳିତ ଶ୍ରମ ଆଇନ କୁ କମ୍ପାନୀ ସପକ୍ଷରେ ୪ଟି କୋଡ ରେ ପରିଣତ କରିବା,ଦୈନିକ ୮ଘଣ୍ଟା କାମ କରିବାର ସମୟ କୁ ୧୨ଘଣ୍ଟା କରିବା ନୀତି ବିରୁଦ୍ଧରେ ,ଜିଲ୍ଲା ର ସମସ୍ତ ଖଣି ଓ କାରଖାନାରେ ଶିକ୍ଷିତ ବେକାର ଯୁବତୀ ଯୁବକ ଙ୍କୁ ନିଯୁକ୍ତି ଦେବା,ପୂର୍ବରୁ ଖଣିରେ ପ୍ରଚଳିତ ଥିବା ଛୁଟି ଓ ଅନ୍ୟାନ୍ୟ ଛୁଟି ଲାଗୁ କରିବା, ଇ ପି ଏଫ୍ ର ସର୍ବନିମ୍ନ ୧୦ ହଜାର ଟଂକା କରିବା,ସର୍ବ ନିମ୍ନ ମଜୁରୀ ବୃଦ୍ଧି କରିବା,ଡ୍ରାଇଭର ମାନଙ୍କ ପାଇଁ ସାରା ଦେଶରେ ଲାଗୁ ହୋଇଥିବା କଳା ଆଇନ ପ୍ରତ୍ୟାହାର କରିବା,ଡିଜେଲ ପେଟ୍ରୋଲ ଦାମ ହ୍ରାସ କରିବ। ଓ ଦର ବୃଦ୍ଧି ନିୟନ୍ତ୍ରଣ କରିବା ପ୍ରଭୃତି ଦାବିରେ ଏହି ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।ଆସନ୍ତା ଚଳିତ ମାସ ୧୬ ତାରିଖ ରେ କେନ୍ଦ୍ରୀୟ ଟ୍ରେଡ ୟୁନିଅ ନ ଡାକରା ରେ ସର୍ବ ଭାରତୀୟ ଧର୍ମ ଘଟ କୁ ଜିଲ୍ଲାରେ ସଫଳ କରିବା ପାଇଁ ଆହ୍ବାନ ଦିଆଯାଇଛି ।ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ ଜୁରୁଡି ସ୍ଥିତ ଶ୍ରମିକ ସଂଘ୍ କାର୍ଯ୍ୟାଳୟ ରୁ ବାହାରି, କ୍ରେଚ୍ ହଟିଙ୍ଗ,ଗଣେଶ ମନ୍ଦିର ହଟିଙ୍ଗ, ଜଲହରି ଦେଇ ଜୁରୁଡ଼ି ହାଟ ଛକ ଠାରେ ପହଞ୍ଚି ଥିଲେ । ଏଆଇ ଟିୟୁସି ସର୍ବ ଭାରତୀୟ ସଂପାଦକ,ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା ତଥା ଶ୍ରମିକ ସଙ୍ଘ ର ସଭାପତି ରାମ କୃଷ୍ଣ ପଣ୍ଡା ଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଏ ଆଇ ଟି ୟୁ ସି ର ରାଜ୍ୟ ସଭାପତି ବରିଷ୍ଠ ଆଡଭୋକେଟ ଅଶୋକ କୁମାର ଦାସ ଯୋଗ ଦେଇଥିଲେ । ଶ୍ରମିକ।ସଙ୍ଘ ର ସାଧାରଣ ସମ୍ପାଦକ ତଥା ଏ ଆଇ ଟି ୟୁ ସି ର ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ୍ୱର ରାଉତ ଖଣିଦ୍ଵାରା କ୍ଷତିଗ୍ରସ୍ତ ସ୍ଥାନୀୟ ଲୋକଙ୍କୁ ଜିଲ୍ଲା ର ବିଭିନ୍ନ ଖଣି ଓ କାରଖାନାରେ ନିଯୁକ୍ତି ଦେବା ପାଇଁ ନିୟମ ପ୍ରଣୟନ ପାଇଁ ସରକାର ଙ୍କ ନିକଟରେ ଦାବି କରିବା ସହ ଶ୍ରମିକ ସଙ୍ଘ କୁ ମଜବୁତ୍ କରିବା ଓ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ରେ ଶ୍ରମିକ ମାନେ ଭାଗ ନେବା ପ୍ରଭୃତି ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ନିଜର ବକ୍ତବ୍ୟ ରଖିଥିଲେ ।ମୁଖ୍ୟ ଅତିଥି ଅଶୋକ କୁମାର ଦାସ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ କଟୁ।ସମାଲୋଚନା କରିବା ସହ ଆଗାମୀ ଫେବୃଆରୀ ମାସ ୧୬ ତାରିଖ ଆନ୍ଦୋଳନ କୁ ସଫଳ କରାଇବ। ପାଇଁ ଆହ୍ବାନ କରିଥିଲେ ।ୟୁନିଅନ ର ସଭାପତି ରାମକୃଷ୍ଣ ପଣ୍ଡା ଦେଶରେ ଅହେତୁକ ଦର ବୃଦ୍ଧି,ଡିଜେଲ, ପେଟ୍ରୋଲ ଦର ବୃଦ୍ଧି ନେଇ ନିଜର ବକ୍ତବ୍ୟ ରଖିବା ସହିତ କେନ୍ଦ୍ର ସରକାରଙ୍କୁକଟୁ ସମାଲୋଚନା କରିଥିଲେ ।ସଙ୍ଘ ର ଉପ ସାଧାରଣ ସମ୍ପାଦକ କପିଳ ମହାନ୍ତି ସଂଗଠନ କୁ ମଜବୁତ୍ କରିବା ପାଇଁ ଡାକରା ଦେଇ ଥିଲେ ।ସଙ୍ଘ ର ଉପ ସଭାପତି କାହ୍ନୁ ଚରଣ ସାମଲ,ରାଜା ରାମ ମୁଣ୍ଡା,ଶ୍ରୀ ହରି ଘଣା,ବଦ୍ରୁ ଜାମା, ବାଗର। ଚ।ତାର,ଭୀମ ଲୋହାର , ରେଘା ମାଝୀ,ବିରଞ୍ଚି ଦେହୁରୀ,ହୃଦାନନ୍ଦ ପାତ୍ର, ପ୍ରମୁଖ ସଭାରେ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ପରମା ପାତ୍ର,ସମ୍ବିତ ବାଗତି,ତପନ ବୋଷ ,କ୍ଷୀରୋଦ ମହାନ୍ତ,ଗୋବିନ୍ଦ ସାସମଲ,ହୃଦାନନ୍ଦ ପ୍ରଧାନ,ରଞ୍ଜିତ କୁମାର ଗିରି,ବିଜୟ ବିଶ୍ଵାଳ,କେଦାର ନାଥ ପ୍ରଧାନ, ଶୁଭ୍ରଜିତ୍ ସାହୁ ପ୍ରମୁଖ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ ।

    Related News

    Follow Us