Search
Close this search box.

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଓ ଦ୍ଵାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ବିଦାୟ ସମ୍ବର୍ଦ୍ଧନା

0
SHARES
55
VIEWS

ହିଞ୍ଜିଳିକାଟୁ, ଶାସନ ଆମ୍ବ ଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ପରୀକ୍ଷାର୍ଥୀ ଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ କଞ୍ଚୁରୁ ମଠର ମଠାଧୀଶ ମହନ୍ତ ଶ୍ରୀ ହରିହର ଦାସ ସାମନ୍ତ ମହାରାଜ ଯୋଗ ଦେଇ ବୋର୍ଡ ପରୀକ୍ଷାର୍ଥୀ ମାନଙ୍କୁ ଆର୍ଶ୍ରିବାଦ ପ୍ରଦାନ ପୂର୍ବକ ପିଲାମାନଙ୍କୁ ଜୀବନରେ ପ୍ରତିଷ୍ଠିତ ହେବା ସଙ୍ଗେ ସଙ୍ଗେ ନିଜର ସଂସ୍କୃତି ଓ ପରମ୍ପରା କୁ ଜୀବିତ ରଖିବାକୁ ପରାମର୍ଶ ଦେଇଥିଲେ।ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ କରି ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ମହନ୍ତ ମହାରାଜ ଆର୍ଶୀବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ପଟେଲ୍ ଙ୍କ ତତ୍ତ୍ଵାବଧାନରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ମାନେ ପରିଚାଳନା କରିଥିଲେ।ଏହା ସହିତ ଦଶମ ଓ ଦ୍ଵାଦଶ ସି.ବି.ଏସ ପରୀକ୍ଷାର୍ଥୀ ମାନଙ୍କୁ ଆଡମିଡ କାର୍ଡ ପ୍ରଦାନ କରାଯାଇଥିଲା।ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଶେଷରେ ବିଦ୍ୟାଳୟର ଗଣିତ ବିଭାଗର ଅଧ୍ୟାପକ ଶ୍ରୀ ଅମିୟ କୁମାର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

    Related News

    Follow Us