Search
Close this search box.

ଗୁଡ଼ାରୀ ପୋଲିସକୁ ମିଳିଛି ବଡ଼ ସଫଳତା

0
SHARES
4
VIEWS

ପିକପ ଭ୍ୟାନ ସହ ୪୧୭ କେଜି ୪୬୦ ଗ୍ରାମ ଗଞ୍ଜେଇ ଜବତ,୨ ଗିରଫ.
ବିଶେଷ ସୂତ୍ରରୁ ଖବର ପାଇ ,ରାୟଗଡ଼ା ଏସପିଙ୍କ ନିର୍ଦ୍ଦେଶରେ,ଗୁଡ଼ାରୀ ଥାନା ଅଧିନସ୍ଥ ଗୁମୁଡା ଫାଣ୍ଡି ଅଧିକାରୀ, ଶ୍ରୀ ବସନ୍ତ କୁମାର ବେହେରାଙ୍କ ନେତୃତ୍ବରେ ,ଏକ ଟିମ୍ ଗୁମୁଡା ରାସ୍ତାରେ, ରାତ୍ରି କାଳୀନ ପେଟ୍ରୋଲଂ କରୁଥିବା ସମୟରେ, ଅଡବା ପଟୁ , ଦୃତ ଗତିରେ ,ଏକ ପିକପ ଭ୍ୟାନ, ଆସୁଥିବା ଦେଖିବାକୁ ମିଳିଥିଲା ।
। ପିକପ ଭ୍ୟାନ ଅଟକାଇ, ଯାଞ୍ଚ୍ କରିବା ସମୟରେ, ଗଞ୍ଜେଇ ଥିବା ଜଣା ପଡିଥିଲା ।
ଫଳରେ OR-07-K-0454 ନମ୍ବର ବିଶିଷ୍ଟ ଗଞ୍ଜେଇ ବାହୀ ପିକପ ଭ୍ୟାନକୁ ଜବତ୍ କରିବା ସହ ୨ ଜଣ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଉଭୟଙ୍କ ଠାରୁ ଏକ ରେଡ -ମି ସ୍କ୍ରିନ ଟଚ୍,ଏକ ରିୟଲ -ମି ସ୍କ୍ରିନ ଟଚ୍ ମୋବାଇଲ୍ ସହ ନଗଦ ୨ ଶହ ଟଙ୍କା ଜବତ୍ କରିଛି ଗୁଡ଼ାରୀ ପୋଲିସ ।
ଏହି ପରିପ୍ରେକ୍ଷୀରେ ଗୁଡ଼ାରୀ ଥାନା କେସ ନମ୍ବର 17/2024, Dt 5-2-2024 U/S 20 (b)(ii)(C) NDPS Act.ରେ ଏକ ମାମଲା ରୁଜୁ କରି ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅର୍ନ୍ତଗତ ଖିଲାବାଡି ଗ୍ରାମର ୨୫ ବର୍ଷୀୟ ସଞ୍ଜୟ ରଇତ, ଏବଂ ଗଜପତି ଜିଲ୍ଲା ଅଡବା ଥାନା ଅଧିନସ୍ଥ ପାଲାକୁଆ ଗ୍ରାମର ୨୨ ବର୍ଷୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଏସଆଇ ଶ୍ରୀ ସୋମନାଥ ଦଳବେହେରା ଦାୟିତ୍ୱ ତୁଲାଉଥିବା ଭାରାପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତୀ ସମର୍ପିତା ସ୍ବାଇଁ ସୂଚନା ଦେଇଛନ୍ତି

    Related News

    Follow Us