ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୁଣ୍ଠପଡା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡ଼ା ସଂଯୋଜନା କରିଥିବା ବେଳେ ସରପଞ୍ଚ ଶୈଳବାଳା ଦଳେଇଙ୍କ ନେତୃତ୍ଵରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣୀ ନାହାକ,ସିଡିପିଓ ଭାଗ୍ୟଲତା ପାତ୍ର, ସମିତିସଭ୍ୟ ନାରାୟଣ ସ୍ୱାଇଁ,
ଜିଲ୍ଲା ପରିଷଦ ସଭ୍ୟ ଅନୀମା ପରିଡ଼ା ,Olm bpm ଅନିତା ମହାରଣା
ସାହାସପୁର ସରପଞ୍ଚ ମନୋଜ ନାହକ ପ୍ରମୁଖ ଉପସ୍ଥିତ ରହିଥିଲେ I ଏହି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ମାଧ୍ୟମରେ ଗାଁ ଗାଁ ରେ କିଭଳି ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକାରଣ ମହିଳା ସଂସକ୍ତିକରଣ ଓ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ର ରୂପାନ୍ତିକରଣ ହୋଇଛି ସେ ଉପରେ ଲୋକ ମାନଙ୍କୁ ଜନ ସଚେତନତା କରାଯାଇଥିଲା l ତେବେ ଗୁଣ୍ଠପଡା ପଞ୍ଚାୟତର ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ୮ ଟି ପ୍ରକଳ୍ପକୁ ୫୦ ଲକ୍ଷ ଟଙ୍କାର ଅନୁଦାନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୨୭୪ ପରିବାରକୁ ଅନ୍ତର୍ଭୁକ୍ତ କରାଯିବା ସହ ମୁଖ୍ୟ ମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ମାଧ୍ୟମରେ ୮ ଟି ପ୍ରକଳ୍ପ ପାଇଁ ୮ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି, ସେହିପରି କାଳିଆ ଯୋଜନାରେ ୫୧୭ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ,୧୦୦୫ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି l ମିଶନ ଶକ୍ତି ମଧ୍ୟାମରେ ମିଶନ ଶକ୍ତି ଗୋଷ୍ଟିକୁ ବିନା ସୁଧରେ ୧ କୋଟି ୪୪ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବା ବେଳେ ୧୪୩୭ ପରିବାରକୁ ରେସନ୍ କାର୍ଡ ପ୍ରଦାନ କରାଯାଇଛି ତାହା ସହ ମମତା ଯୋଜନା ମାଧ୍ୟମରେ ୩୩୭ ଗର୍ଭବତୀ ମହିଳାଙ୍କୁ ସହାୟତ ପ୍ରଦାନ କରାଯାଇଛି l ପଞ୍ଚାୟତକୁ ଆମ ବ୍ୟାଙ୍କ ଦ୍ବାରା ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଗ୍ରାମ ପଞ୍ଚାୟତକୁ ଲକ୍ଷ୍ମୀ ବସ ସେବା ପ୍ରଦାନ କରାଥିବା ପଞ୍ଚାୟତର ବିକାଶ ମୂଳକ ପୁସ୍ତକରେ ସ୍ଥାନ ଦିଆ ଯାଇଛି l ତେବେ ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ୱୟଂ ସହାୟକ ଦଳ, ଏମ ବି କେ, ସିଆରପି,ବ୍ୟାଙ୍କ ମିତ୍ର, ଅଙ୍ଗନବାଡି ବାଡ଼ି କର୍ମୀ ଙ୍କ ସହ ବହୁ ସ୍ବେଛାସେବୀ ଯୋଗ ଦେଇଛନ୍ତି l