Search
Close this search box.

ଆସିକା ବ୍ଲକ ବେଣାପାଟ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନଷ୍ଠିତ

0
SHARES
11
VIEWS

Date – ୧-୦୨-୨୦୨୪
ଗଂଜାମ ଜିଲ୍ଲା ଆସିକା ବ୍ଲକ ବେଣାପାଟ ପଞ୍ଚାୟତ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ l ଗ୍ରାମାଞ୍ଚଳ ମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ପାଇଁ ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା ସହ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ କରିବା ମୂଳ ଲକ୍ଷ ରହିଥିଲା l ତେବେ ବର୍ତ୍ତମାନ ଗ୍ରାମାଞ୍ଚଳର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ସହ ପଞ୍ଚାୟତ ସ୍ତରୀୟ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ବିଭିନ୍ନ ଗୋଷ୍ଠୀଭିଭିକ ଆବଶ୍ୟକୀୟ ପ୍ରକଳ୍ପ, ମିଶନଶକ୍ତି ଗୃହ, ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତତ କରି ବିଭିନ୍ନ ପଦକ୍ଷଯ ନିଆ ଯାଉଛି l ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଓ ସେବା କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ସହ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ କରାଯାଉଛି l ଲୋକ ମାନଙ୍କୁ ସମସ୍ତ ସରକାରୀ ଯୋଜନା ବିଷୟରେ ଅବଗତ କରାଇବା ସହ ଲୋକ ମାନେ କିଭଳି ସେସବୁ ଯୋଜନାରେ ଉପକୃତ ହେବେ ସେଥି ପ୍ରତି ଧ୍ୟାନ ଦିଆଯାଉଛି l ତେବେ ଆଜି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବେଣାପାଟ ପଞ୍ଚାୟତରେ ଲୋକ ମାନଙ୍କୁ ସଚେତନତା କରିବା ପାଇଁ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବେଣାପାଟ ସରପଞ୍ଚ ବବିତା ପ୍ରଧାନ , ମାନ୍ୟବର ବିଧାୟିକା ମଞ୍ଜୁଳା ସ୍ୱାଇଁ , ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରେକୃଷ୍ଣ ମଲିକ,୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ତନ୍ମୟୀ ନାହାକ, ବାଙ୍ଗରଡ଼ା ସରପଞ୍ଚ ରଞ୍ଜିତା କୁମାରୀ ବିଶ୍ଵାଳ, ପଞ୍ଚାୟତ କାର୍ଯୟନିର୍ବାହୀ ଅଧିକାରୀ କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l
ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ଷ୍ଟଲ୍ ମାଧ୍ୟମରେ ଲୋକ ମାନଙ୍କୁ ବିଭିନ୍ନ ସୂଚନା ଦେବା ସହ ରାଜ୍ୟ ସରକାର ଙ୍କ ଅନେକ ଯୋଜନା ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଦଳ, ଏମ ବି କେ, ସିଆରପି, ଅଙ୍ଗନବାଡି ବାଡ଼ି କର୍ମୀ, ବହୁ ବିଜୁ ଜନତା ଦଳର ଯୁବ, ଛାତ୍ର ଓ ମହିଳା କର୍ମୀ ଯୋଗ ଦେଇଥିଲେ l

    Related News

    Follow Us