ଯୋଡା,୨୭/୧(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ସହର ରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ରେ ପ୍ରକମ୍ପିତ ହୋଇ ଶୁକ୍ରବାର ଯୋଡା ମହୋତ୍ସବ ଆରମ୍ଭ ହୋଇଛି । ଅପରାହ୍ନରେ ଯୋଡା ମଙ୍ଗଳ। ମନ୍ଦିର ରେ ପୂଜାର୍ଚ୍ଚନା କରିବା ପରେ ବିରାଟ ପଟୁଆରରେ ବଲାଙ୍ଗୀର ଦୂଲ୍ ଦୁଲି ,ନ।ଗର।,ଝଂ।ଜ, ଭଦ୍ରକ ରୁ ଆସିଥିବା ବାଦ୍ୟ ସହିତ ସମ୍ବଲପୁରୀ ନୃତ୍ୟ ର ତ।ଳେ ତାଳେ ହଜାର ହଜାର ଯୋଡା ର ମହିଳା ଓ ପୁରୁଷ କେନ୍ଦ୍ରୀୟ ଖେଳ ପଡିଆ ଠାରେ ଏକତ୍ରିତ ହୋଇ ଥିଲେ । ସନ୍ଧ୍ୟା ସମୟରେ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ ଓ ଯୋଡା ପୌର ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ,ମହୋତ୍ସବ କମିଟି ର ସମ୍ପାଦକ ଉପସ୍ଥିତ ରହି କେକ୍ କାଟି ମହୋତ୍ସବ ର ଶୁଭାରମ୍ଭ କରିଥିଲେ ।ଏହି ମହୋତ୍ସବ ପଡ଼ିଆରେ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଷ୍ଟଲ ରହିଛି ।ତନ୍ମଧ୍ୟରେ ସୁସ୍ୱ।ଦୁ ଖାଦ୍ୟ,ବ୍ୟଞ୍ଜନ ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ଦ୍ଵାରା ପ୍ରସ୍ତୁତ ଆଚାର,ପାମ୍ପଡ, ବଡ଼ି ସହିତ ଗୁପ୍ ଚୁପ୍, ଚାଟ,ଝୁଣା ଧୂପ,ଠାକୁର ଫୋଟ,ପୌର ପାଳିକା ଦ୍ଵାରା ପ୍ରସ୍ତୁତ ମୋ ଖତ, ଏବଂ ଅନ୍ୟାନ୍ୟ ଆସବାବପତ୍ର ଷ୍ଟଲ ରହିଛି । ସନ୍ଧ୍ୟା ବେଳେ ଯୋଡା ର ନୃତ୍ୟ କଳା ଏକାଡେମୀ ଓ ତାଇକଣ୍ଡୋ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ବିଳମ୍ବିତ ସନ୍ଧ୍ୟାରେ ଓଡ଼ିଶାର ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର,ଗାୟକ ତାରିକ ଅଜିଜ ଙ୍କ ମେଲୋଡି କାର୍ଯ୍ୟ କ୍ରମ ରହିଥିଲା
।ଏହି ମହୋତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇ ରବିବାର ଉଦଯାପିତ ହେବ ।ଯୋଡା ସମ୍ପୂର୍ଣ ଭାବେ ଉତ୍ସବ ମୁଖରିତ ହୋଇ ପଡ଼ିଛି ।ମୁଖ୍ୟତଃ ଏହି ମହୋତ୍ସବ ରେ ନୃତ୍ୟ ପ୍ରତି ଯୋଗିତା, ଭିନଟେଜ୍ ଗାଡ଼ି ର ପ୍ରଦର୍ଶନୀ, ଡଗ୍ ଶୋ,ସୁନ୍ଦରୀ ପ୍ରତଯୋଗିତ।, ବଡି ବିଲଡର ପ୍ରତିଯୋଗିତା ଏଥିରେ ସ୍ଥାନ ପାଇବ ।ଏଣୁ ଯୋଡା ମହୋତ୍ସବ କୁ ଜିଲ୍ଲା ତଥା ଆଖପାଖ ଅଞ୍ଚଳ ର ଛାତ୍ରୀ ଛାତ୍ର, ନିପୂଣ କଳାକାର ଓ ବିଜ୍ଞ ଲୋକ ମାନଙ୍କ ର ଆଗମନ ହୋଇଥାଏ । ଏହି ମହୋତ୍ସବ ରେ ଶାନ୍ତି ଶୃଙ୍ଖଳ। ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।