Search
Close this search box.

ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତ ସାଉଳିପଡା ରେ ଅନୁଷ୍ଠିତ ହେଲା ବିଏସଏଫ ର ଜନସମ୍ପର୍କ ଶିବିର

0
SHARES
50
VIEWS

କନ୍ଧମାଳ ଜିଲ୍ଲାର ମାଓ ଅଧିସୁତ ଅଞ୍ଚଳ କୁହାଯାଉଥିବା ଫିରିଙ୍ଗିଆ ବ୍ଲକ ର ସାଡୀଙ୍ଗିଆ, ସୁମେରବନ୍ଧ ଅଞ୍ଚଳରେ ମାଓ ଦମନ ପାଇଁ କାର୍ଯ୍ୟରତ ଥିବା ୯୯ ବାଟାଲିୟନ ବିଏସଏଫ ବାହିନୀ ଅଞ୍ଚଳର ମାନଙ୍କ ନିକଟତର ହେବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କରିଆସୁଛନ୍ତି I ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା ର ଉନ୍ନତି ପାଇଁ ଏହି ବିଏସଏଫ ଯବାନ ମାନେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବା ଦେଖିବାକୁ ମିଳିଥିବା ବେଳେ ଏହିପରିପେକ୍ଷୀରେ କାନ୍ଧମଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତ ର ସାଉଳିପଡା ଠାରେ ଥିବା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ପଞ୍ଚାୟତ ର ମିଙ୍ଗୁନପଦର ଠାରେ ନୂତନ ଭାବରେ ସ୍ଥାପିତ ହୋଇଥିବା ୯୯ ବ୍ୟାଟାଲିୟନ ବିଏସଏଫ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିର ରେ ବିଏସଏଫ ତରଫରୁ ସୁମେରବନ୍ଧ ପଞ୍ଚାୟତ ଅଧୀନରେ ଥିବା ସାଉଳିପଡା, ସାରଡୋଳି,କିଲେରପଡା ଓ ରାତାମାସ୍କା ଗ୍ରାମର ଗ୍ରାମବାସୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଶତାଧିକ ଲୋକ ଏହି କ୍ୟାମ୍ପ ରେ ଯୋଗଦେଇଥିଲେ I କ୍ୟାମ୍ପ ରେ ସୁମେରବନ୍ଧ ସରପଞ୍ଚ ଅତିଥି ଭାବରେ ଉପସ୍ଥିତ ଥିବା ବେଳେ ବିଏସଏଫ ତରଫରୁ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଉପକରଣ, ଅଞ୍ଚଳର ଖେଳାଳି ମାନଙ୍କୁ ଖେଳ ଉପକରଣ ସହ ରୋଷେଇ ସାମଗ୍ରୀ, କମ୍ବଳ, ଲୁଙ୍ଗି,ଛତା, ଜୋତା, ଚପଲ, ଲାଇଟ ସହ ବିଭିନ୍ନ ପ୍ରକାର ନିତ୍ୟବ୍ୟବହାର୍ଯ୍ୟ ଉପକରଣ କଣ୍ଟନ କରାଯାଇଥିଲା I ଅନ୍ୟପଟେ ଏହି କ୍ୟାମ୍ପ ମାଧ୍ୟମରେ ବିଏସଏଫ ଓ ଜନସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ଗଠନ ହୋଇପାରିବ ବୋଲି କ୍ୟାମ୍ପ ର ମୁଖ୍ୟ ସୂଚନା ଦେଇଥିବା ବେଳେ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରିରହିବ ବୋଲି କହିଥିଲେ, କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ

    Related News

    Follow Us