Search
Close this search box.

ଏଭର ଗ୍ରୀନ୍ କ୍ଲବ ପକ୍ଷରୁ ବାର୍ଷିକ କ୍ରିଡା ପ୍ରତିଯୋଗିତା ଉଦଜାପିତ

0
SHARES
134
VIEWS

ଯୋଡା୨୬/୦୧(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଧୀନସ୍ଥ ଜଜାଙ୍ଗ ପଞ୍ଚାୟତର ଜରିବାହାର ଖେଳ ପଡିଆରେ ଏଭର ଗ୍ରୀନ କ୍ଲବ ପକ୍ଷରୁ ୨୦୨୩-୨୪  ବାର୍ଷିକ କ୍ରିଡା ପ୍ରତିଯୋଗିତା ଉଦଜାପିତ ହୋଇଯାଇଛି ।  ଦୁଇ ଦିନ ବ୍ୟାପି ଆୟୋଜିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଶୁକ୍ରବାର ଉଦଜାପନୀ ଦିବସରେ ଟାଟା ଷ୍ଟିଲ ଫେରୋ ମାଙ୍ଗାନିଜ ଡିଭିଜନର ମୁଖ୍ୟ ଅଶ୍ବିନୀ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜଜାଙ୍ଗ ସରପଞ୍ଚ ପ୍ରିୟଙ୍କା ମାଝୀ,ଜୁରୁଡ଼ି ସରପଞ୍ଚ ଶୁଭକାନ୍ତି ସଏ, ଜଲହରି ପଞ୍ଚାୟତର ସରପଞ୍ଚ ନରେନ୍ଦ୍ର ମୁଣ୍ଡା,  ପୂର୍ବତନ ସରପଞ୍ଚ ଇନ୍ଦ୍ରମଣୀ ପୁର୍ତ୍ତୀ,ଟାଟା ଷ୍ଟିଲ ୟୁନିଟ ମୁଖ୍ୟ ରବିନ୍ଦ୍ର କୁମାର ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏହି ପ୍ରତିଯୋଗିତା ଉଦଜାପିତ ହେଉଥିବା ବେଳେ ପ୍ରାତଃ କାଳରେ ଏଭର ଗ୍ରୀନ୍ କ୍ଲବ ପକ୍ଷରୁ  ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ପ୍ରାୟ ୬୦ରୁ ଉର୍ଦ୍ଧ ଖେଳ ଇଭେଣ୍ଟ ମାନ ଆୟୋଜିତ ହୋଇଥିଲା । ଏଥିରେ ଅଙ୍ଗନୱାଡି ଓ ଜରିବାହାର ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିବା ସହିତ ଜୁରୁଡ଼ି,ଜଜାଙ୍ଗ ଓ ଜଲହରି ପଞ୍ଚାୟତର ଯୁବକ ଯୁବତୀ, ଅଭିଭାବକ,ବୟସ୍କ ବ୍ୟକ୍ତି ସମେତ ମାଆ  ମାନେ ଭାଗ ନେଇ ସାଧାରଣ ତନ୍ତ୍ର ଦିବସରେ ଭରପୁର ଆନନ୍ଦ ନେଇଥିଲେ । ଏଥିରେ ବିଭିନ୍ନ ବର୍ଗରେ ଦୈଡ ପ୍ରତିଯୋଗିତା ଠାରୁ ଆରମ୍ଭ କରି ଧନୁ ତୀର ମାଧ୍ୟମରେ ଲକ୍ଷ୍ୟ ଭେଦ,ଉଚ୍ଚ ଓ ଲମ୍ବ ଡିଆଁ,ସର୍ଟ ଫୁଟ ଥ୍ରୋ, ସାଇକେଲ ରେସ୍ ମ୍ୟୁଜିକ ଚେୟାର ଓ ବୋମ୍ ବ୍ଲାଷ୍ଟ ପରି ବହୁ ଆକର୍ଷଣୀୟ ଓ ଚିତ୍ତ ବିନୋଦନ ଖେଳ ଆୟୋଜନ କରାଯାଇଥିଲା ।ତେବେ ଏହି ପ୍ରତିଯୋଗିତା ଦୀର୍ଘ ୨୬ ବର୍ଷ ଧରି ଜଜାଙ୍ଗ ପଞ୍ଚାୟତର ଜରିବାହାର ଖେଳ ପଡିଆରେ ଅନୁଷ୍ଠିତ ହୋଇ ଆସୁଅଛି ବୋଲି ପ୍ରତିଯୋଗିତାର ଉପଦେଷ୍ଟା ଖାନଦାନୀ ନାଏକ କହିଥିବା ବେଳେ ଏହା ପଞ୍ଚାୟତର ଜନସାଧାରଣ ଙ୍କ ମଧ୍ୟରେ ଏକ ଉତ୍ତମ ସଦଭାବନା ଓ ଭାଇଚାରା ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପଡିଆ ଚତୁପାର୍ଶ୍ବରେ ଶତାଧିକ ଦର୍ଶକ ଉପସ୍ଥିତ ରହି ଖେଳ ଗୁଡିକୁ ସମସ୍ତେ ଅତ୍ୟନ୍ତ ହର୍ଷ ଉଲ୍ଲାସରେ ଉପଭୋଗ କରୁଥିବା ବେଳେ ହୋ ସମ୍ପ୍ରଦାୟର ଆଦିବାସୀ ଯୁବକ ଯୁବତୀ ମାନେ ତାଙ୍କର ପାରମ୍ପାରିକ ବାଦ୍ୟ ନାଗରା ମାଦଳର ତାଳେ ତାଳେ ନାଚ ଓ ଗୀତରେ ଅତ୍ୟନ୍ତ ମସଗୁଲ ହୋଇ ଉଠିଥିବା ଦୃଶ୍ୟ ଉପଭୋଗ୍ୟ ହୋଇ ଉଠିଥିଲା ।କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ କୁନି କୁନି ପିଲା ମାନଙ୍କୁ ନେଇ ନାଚଗୀତ କରାଯାଇଥିବା ବେଳେ କୃତିତ୍ବ ହୋଇଥିବା ପିଲାମାନଙ୍କୁ ଆକର୍ଷଣୀୟ ପୁରଷ୍କାର ପ୍ରଦାନ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଏଭର ଗ୍ରୀନ୍ କ୍ଲବର ସଭାପତି ହାମଲାଲ ଶର୍ମା,ସମ୍ପାଦକ ବସନ୍ତ ମାଝୀ କୋଷାଧ୍ୟକ୍ଷ ଶୁକ୍ରା ଚାମ୍ପିଆ, ସଦସ୍ୟ ଟୁକୁନା ମୁଣ୍ଡା,ଧନ ବାହାଦୁର,ସଦାନନ୍ଦ ସର୍ଦ୍ଦାର ଓ ସଞ୍ଜୁ ହେସା ସମେତ କ୍ଲବର ସମସ୍ତ ସଦସ୍ୟଙ୍କ ବଳିଷ୍ଠ ଯୋଗଦାନରେ ଚଳିତ ବର୍ଷ ଏହି ବାର୍ଷିକ ପ୍ରତିଯୋଗିତା ସଫଳ ହେବା ସହିତ ସେ ଅଞ୍ଚଳର ସମସ୍ତ ଜନସାଧାରଣ ମନ ଭରି ଉପଭୋଗ କରିଥିଲେ ।

    Related News

    Follow Us