Search
Close this search box.

ରାସ୍ତା ଜାମ ରେ ଫସିଲା ଆମ୍ବୁଲାନ୍ସ

0
SHARES
3
VIEWS

ରାସ୍ତା ଜାମ ରେ ଫସିଲା ଆମ୍ବୁଲାନ୍ସ ଯୋଡା,୨୫/୧(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ଦେଇ ଯାଇଥିବା ୫୨୦ନଂ ଜାତୀୟ ରାଜପଥର ଲହଣ୍ଡ। ରେଳ ଓଭରବ୍ରିଜ ଠାରେ ରାସ୍ତା ଜାମ ରେ ଏକ ଆମ୍ବୁଲାନ୍ ଆଧାଘଣ୍ଟା ରୁ ଅଧିକ ସମୟ ଫସି ରହିଥିଲା । ଫଳରେ ଆମ୍ବୁଲାନ୍ସ ରେ ଥିବା ରୋଗୀ ହନ୍ତସନ୍ତ ହେବ। ସହିତ ପରିବାର ବର୍ଗ ପ୍ରତିକ୍ରିୟା ଶୀଳ ହୋଇ ପଡ଼ିଥିଲେ ।ଆମ୍ବୁଲାନ୍ସ ଟି ଫସି ରହିବ। ସହିତ ଅନ୍ୟ ଯାନବାହନ ମଧ୍ୟ ଦୀର୍ଘ ସମୟ ଧରି ରାସ୍ତା ଜାମ ରେ ଅଟକି ରହିଥିଲେ । ଏହି ଜାତୀୟ ରାଜପଥ ର ଯୋଡା ସ୍ଥିତ କଳା ପାହାଡ ଠାରୁ ଲହଣ୍ଡ। ପର୍ଯ୍ୟନ୍ତ ଚାରି ଲେନ୍ ରାସ୍ତା ନିର୍ମାଣ ହୋଇ ପାରି ନାହିଁ ।ରେଳ ଓଭର ବ୍ରିଜ ରାସ୍ତା ର ସମ୍ପ୍ରସାରଣ କରାଯାଇ ନ ଥିବାରୁ ରାସ୍ତାଟି ସଙ୍କୁଚିତ ହୋଇ ପଡ଼ିଛି ।ଗୋଟିଏ ଭାରି ଯାନ ଅତିକ୍ରମ ସମୟରେ ଅନ୍ୟ କୌଣସି ଯାନ ବାହନ ଅତିକ୍ରମ କରିବାର ସ୍ଥାନ ନ ଥିବାରୁ ସବୁବେଳେ ଟ୍ରାଫିକ ସମସ୍ୟା ଉପୁଜୁଛି । ଦୈନିକ ଏହି ସ୍ଥାନରେ ଟ୍ରଫିକ ସମସ୍ୟା ସୃଷ୍ଟି ହେବା ସହିତ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି ।ଚାରି ଲେନ ରାସ୍ତା ନିର୍ମାଣ ପ୍ରତି ଜାତୀୟ ରାଜପଥ ବିଭାଗ ଦୃଷ୍ଟି ଦେଉ ନ ଥିବାରୁ ଯାତାୟାତ ରେ ନାହିଁ ନ ଥିବା ଅସୁବିଧା ହେଉଛି ।ଉକ୍ତ ରାସ୍ତା ର ନିର୍ମାଣ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

    Related News

    Follow Us