ପୁରୁଷୋତ୍ତମପୁର – ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଇବା ଓ ଲୋକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ରଖିବା ଅଭିଯାନକୁ ଜୋରଦାରରେ ଲାଗିପଡିଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଈ.ନିରଞ୍ଜନ ବେହେରା । ଖଲ୍ଲିକୋଟ ବ୍ଲକର ସମସ୍ତ ପଞ୍ଚାୟତର ପ୍ରତିଟି ଗାଁ ବୁଲି ପରିବାର ଜନସମ୍ପର୍କ ରଖି ନିଷ୍କ୍ରିୟ ବିଜେଡ଼ି କର୍ମୀ ଓ ରାଣୀ ସହେବା ଭି.ସୁଜ୍ଞାନି କୁମାରୀ ଦେଓଙ୍କ ସମର୍ଥକ ମାନଙ୍କୁ ସାଉଁଟି ସକ୍ରିୟ କରି ପ୍ରିୟ ଭାଜନ ହୋଇ ପାରିଥିବା ଈ.ନିରଞ୍ଜନ ବେହେରା, ଏବେ ପୁରୁଷୋତ୍ତମପୁର ବ୍ଲକରେ ଜନସମ୍ପର୍କରେ ଲାଗିପଡିଛନ୍ତି । ପୁରୁଷୋତ୍ତମପୁର ବ୍ଲକ ଅଧିନସ୍ଥ ଭୀମପୁର ପଞ୍ଚାୟତର କୋଳାସିଙ୍ଗି, ଚାଟମୁଣ୍ଡଳି , ଭୀମପୁର ଗ୍ରାମ ସହ ରାଇପୁର ପଞ୍ଚାୟତର ଗୋବିନ୍ଦ ପୁର, ନରସିଂଘପୁର ରାଇପୁର ଗ୍ରାମର ଘର ଘର ବୁଲି ରାଜ୍ୟ ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଲୋକଙ୍କୁ ବୁଝାଇ ଥିଲେ । ପ୍ରତ୍ୟେକ ଘରକୁ ଯାଇ ବୟସ୍କ ବୃଦ୍ଧ, ବୃଦ୍ଧା, ଯୁବକ, ଛାତ୍ର, ମହିଳାଙ୍କୁ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଜନ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ଟିକ୍ ନିକ୍ ବୁଝାଇ ଥିଲେ , ଛଣ ଛପର କଚା ମାଟି ଘର ବାରଣ୍ଡାରେ ବସି ଲୋକଙ୍କ ସହ ଆଲୋଚନା କରୁଥିବା ଦେଖି ଲୋକଙ୍କ ମନ ଜିଣିବାର ଦେଖାଯାଇଥିଲା । ଏବଂ ଜନ ନେତା ଏହି ଭଳି ହେବା ଆବଶ୍ୟକ ବୋଳି ଲୋକଙ୍କ ମନରୁ ସ୍ଵତଃ ପ୍ରବୃତ୍ତ ବାରିହୋଇପଡୁଥିଲା। ପ୍ରତିଟି ଗ୍ରାମରେ ପହଞ୍ଚିବା କ୍ଷଣି କର୍ମୀ ମାନେ ଭବ୍ୟ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଉଥିଲେ। ଖଲ୍ଲିକୋଟର ରାଣୀମାଙ୍କ ଅତି ଘନିଷ୍ଟ ହୋଇଥିବା ଏବଂ ସାଧା ସିଧା ସରଳ ବ୍ୟକ୍ତିତ୍ଵ ଯୋଗୁ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରୁଥିବା ଦେଖାଯାଇଥିଲା । ଏହି ପରିବାର ସମ୍ପର୍କ ରେ ଭୀମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ନାରାୟଣ ପାଣିଗ୍ରାହିଙ୍କ ସହ ବର୍ତ୍ତମାନର ସରପଞ୍ଚ ମାମାଲି ଦାସ, ରାଇପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ଶତପଥି , ବର୍ତ୍ତମାନ୍ ସରପଞ୍ଚ ନମିତା ବେହେରା ଶ୍ରୀ ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ନିଜ ନିଜ ଗ୍ରାମରେ ଘର ଘର ବୁଲିଥିଲେ । ଏଥିରେ ବହୁ ଦଳୀୟ ପଦାଧିକାରୀ ଖଲ୍ଲିକୋଟ ଏନଏସି କାଉନସିଲର ନାରାୟଣ ପାଢ଼ୀ, ପୁରୁଷୋତ୍ତମପୁର ଏନଏସି କାଉନସିଲର ଭାସ୍କର ବେହେରା, ଖଲ୍ଲିକୋଟ ଏନଏସିର ବିଜେଡ଼ି ସାଧାରଣ ସମ୍ପାଦକ ପୀୟସ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ନାୟକ, ଦୀପକ ବେହେରା, ଅମିତ୍ କୁମାର ରାଉଳ, ସଂଜୟ ନାୟକ, କେ. ତ୍ରିଲୋଚନ ପାତ୍ର ଙ୍କ ସହ ବହୁ ଦଳୀୟ ପଦାଧିକାରୀ ଯୋଗ ଦେଇଥିଲେ