ବାଲୁଗାଁ ତା 22.01.2024- ରାଜ୍ୟ ସରକାରଙ୍କ ଆର୍ଥିକ ପ୍ରୋତ୍ସାହନରେ ନୂତନ ଉନ୍ନତ ଅଭିଳାଷ ଓଡିଶା ତଥା ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦ୍ଦେଶ୍ୟରେ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଗାଁ ମହାବିଦ୍ୟାଳୟ ନୂଆ -ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ ଓ ବିଶ୍ୱ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ର ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ଆଲୋଚନାଚକ୍ରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର ଜୟନ୍ତୀ ସାମଲଙ୍କ ଅତିଥି ପରିଚୟ ପରେ ଡକ୍ଟର କଳ୍ପନା ଦାଶ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଆଲୋଚନାଚକ୍ରର ମୁଖ୍ୟ ଅତିଥି ଡକ୍ଟର ଶାନ୍ତନୁ କୁମାର ରଥ ଯୋଗ ଦେଇ କହିଲେ ଯେ ଶ୍ରୀଜଗନ୍ନାଥ ହେଉଛନ୍ତି ପ୍ରତ୍ୟେକ ଓଡ଼ିଆର ପରିଚୟ l ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱ ସଂସ୍କୃତିର ପ୍ରତୀକ l ମହାପ୍ରସାଦରେ ଜାତିଭେଦ ନାହିଁ,ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମଗ୍ର ବିଶ୍ୱଜନଙ୍କ ପାଇଁ ଉଦ୍ଦିଷ୍ଟ l ଏହା ସର୍ବ ଧର୍ମ ସମନ୍ୱୟର ଉତ୍ସ l ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଗବେଷକ ଦେବେନ୍ଦ୍ରନାଥ ଦାଶ କହିଲେ ଯେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ଚେତନା ବିଶ୍ୱରେ ସର୍ବତ୍ର ପ୍ରତିଫଳିତ ହେଇଛି l ଏହି ସଂସ୍କୃତି ବିଶ୍ୱର ସକଳ ଶୃଙ୍ଖଳାକୁ ପ୍ରତିଫଳିତ କରିଥାଏ l ସମ୍ମାନିତ ଅତିଥି ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ କହିଲେ ଯେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ହିଁ ପ୍ରାଚ୍ୟ ଓ ପାଶ୍ଚାତ୍ୟର ସମନ୍ୱୟ l ସେ ହିଁ ବିଶ୍ୱର ସର୍ବଶ୍ରେଷ୍ଠ ପ୍ରେରଣାଦାୟୀ ଠାକୁର ଓ ହଜାର ହଜାର ବିଶ୍ୱାସର ଦେବତା l ଏହାପରେ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସlମନ୍ତରାୟଙ୍କ ସଂଯୋଜନାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ସୁଧାକର ନାୟକ,କୀର୍ତ୍ତିମୟୀ ବାରିକ,ଡଃ ଲଷ୍ମୀଧର ବିଶ୍ୱାଳ, ବିଦ୍ୟାଧର ଜୁଝାରସିଂହ,ସଂଗ୍ରାମ ବେହେରା,ଲଷ୍ମୀପ୍ରିୟା ଶତୃଶଲ୍ୟ,ଶିବ ମହାରଣା, ସ୍ନେହା ନାୟକ,ସନ୍ତୋଷ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ll ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ୱାଳ ମଞ୍ଚ ସଂଚାଳନ କରିଥିବା ବେଳେ ଅଧ୍ୟାପିକା ଧୋବୀ ଚରଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ଝରଣା ନାଥ ଓ ପୂର୍ଣଚନ୍ଦ୍ର ସାମନ୍ତରାୟ ପରିଚାଳନା କରିଥିଲେ