Search
Close this search box.

ମାଟି ଅତଡ଼ା ଧସି ଦୁଇ ଶ୍ରମିକ ମୃତ,ଜଣେ ଆହତ

0
SHARES
205
VIEWS

ଯୋଡା,୨୩/୧(ସଂଘର୍ଷ ରମେଶ) ମାଟି ଖୋଳ। କାର୍ଯ୍ୟ ସମୟରେ ମାଟି ଅତଡ଼ା ଧସି ଦୁଇ ଶ୍ରମିକ ଙ୍କ ମୃତ୍ୟୁ ଘଟି ଥିବା ବେଳେ ଜଣେ ଶ୍ରମିକ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଜଣାପଡିଛି ଯେ,ମଙ୍ଗଳ ବାର ଅପରାହ୍ନ ପ୍ରାୟ ୩ଟା ସମୟରେ କମାର ଯୋଡା ଠାରେ ରାଜ୍ୟ ରାଜପଥ ନଂ ୨ ପାର୍ଶ୍ବରେ ମାଟି ଖୋଳା କାର୍ଯ୍ୟ ଚାଲୁଥିବା ବେଳେ ଅଚାନକ ମାଟି ଅତଡ଼ା ଖସି ଏକାଧିକ ଶ୍ରମିକ ପୋତି ହୋଇ ଯାଇଥିଲେ ।ଘଟଣାସ୍ଥଳରେ ଯୋଡା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।ତେବେ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେବାରୁ ଘଟଣା ସ୍ଥଳରେ ପୋତି ହୋଇ ଯାଇଥିବା ଦୁଇ ଶ୍ରମିକ ଙ୍କ ମୃତ୍ୟୁ ଘଟିଥିଲା ।ଆଂଶିକ ପୋତି ହୋଇ ଥିବା ଶ୍ରମିକ ମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କାର୍ଯ୍ୟରତ ଦୁଇ ଶ୍ରମିକ ପୋତି ହୋଇ ଯାଇଥିଲେ । ମୃତ ଶ୍ରମିକ ଦ୍ବୟ ହେଲେ କଳାପାହାଡ଼ ତଲକ୍ ହଟିଂ ର ଅର୍ଜୁନ ଲୋହାର(୨୩),ଚରଣ ଲୋହାର(୧୭) ।ଆହତ ଶ୍ରମିକ ମୁକେଶ ସର୍ଦ୍ଦାର ଙ୍କୁ ଯୋଡା ଟାଟା ଷ୍ଟିଲ ଡାକ୍ତର ଖାନ। ରେ ଭର୍ତି କରାଯାଇଛି । ଜେସିବି ମେସିନ ଓ ଏସ୍କାଭେଟର ଯୋଗେ ମାଟି ଖୋଳି ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଥିଲେ ହେଁ ଡାକ୍ତର ଖାନ।ରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା । ତେଣେ ଏହି ଘଟଣା ଘଟିଯାଇଥିବା ତାରିଣୀ ଛକ ଠାରେ ଚାପା ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା ।ସୂଚନା ଯୋଗ୍ୟ ଯେ,ଫ୍ଲାଏ ଓଭର କାମ ଶେଷ ପର୍ଯ୍ୟାୟ ରେ ପହଞ୍ଚି ଥିବା ବେଳେ ରାସ୍ତା ପାର୍ଶ୍ବରେ ଡ୍ରେନ କାର୍ଯ୍ୟ ପାଇଁ ମାଟି ଖୋଳ। ହେଉଛି । ଗଭୀର ମାଟି ଖୋଳା କାର୍ଯ୍ୟ ଠିକା ସଂସ୍ଥା ଚେଭରୋକ୍ସ୍ କମ୍ପାନୀ ପକ୍ଷରୁ କରାଯାଉ ଅଛି

    Related News

    Follow Us