ଯୋଡା,୨୧/୦୧(ସଂଘର୍ଷ ରମେଶ) ଯୋଡା ସହର ସ୍ଥିତ ସରକାରୀ ଯୋଡା ଉଚ୍ଚ ବିଦ୍ୟାଳୟ ରେ ରବିବାର ଏନ୍ ସି ସି ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି ।ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ୧୪ଓଡ଼ିଶା ବି.ଏନ୍ ଏନ୍ ସି ସି ପକ୍ଷରୁ ଆୟୋଜିତ ଏହି ଏନ୍ ସି ସି (ଏ) ସାର୍ଟିଫିକେଟ ୨୦୨୪ ପରୀକ୍ଷା ଯୋଡା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ହୋଇଥିଲା ।ଏଥିରେ ଚମ୍ପୁଆ ମହତାବ ହାଇ ସ୍କୁଲ , ବୋଲାଣି ଡି ଏ ଭି ପବ୍ଲିକ ସ୍କୁଲ,ଚମ୍ପୁଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ମାଟକାମବେଡା ସରକାରୀ ଉଚ୍ଚ ବିଦ୍ୟାଳୟ,ବଡ଼ବିଲ ଜିନ୍ଦଲ ହାଇ ସ୍କୁଲ,ଓ ଯୋଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ସମୁଦାୟ ୧୮୧ ଜଣ ସମର ଶିକ୍ଷ୍ୟାର୍ଥି ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ ।ଯୋଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ମାରାଣ୍ଡି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍କୁଲ ପରିସରରେ ଏହି ପରୀକ୍ଷା ହୋଇଥିଲା।ଏହି ପରୀକ୍ଷା କୁ ଏନ୍ ସି ସି ଅଫିସର ଭାବେ ଯୋଡା ହାଇ ସ୍କୁଲ ର ଅମରେଶ ଚନ୍ଦ୍ର ସେଠୀ,ମହତାବ ହାଇ ସ୍କୁଲ ର ଗିରିଶ ଚନ୍ଦ୍ର ପ୍ରଧାନ,ଚମ୍ପୁଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବସନ୍ତ ମହାନ୍ତି, ମାଟକାମବେଡ଼। ସରକାରୀ ଉଚ୍ଚ ବିଦ୍ୟାଳୟ ର ପରମା ନନ୍ଦ ସେଠୀ,ଜିନ୍ଦଲ ହାଇ ସ୍କୁଲ ର ଡଃ ପ୍ରଦୀପ ସ୍ୱାଇଁ, ବୋଲ।ଣୀ ଡିଏଭି ସ୍କୁଲ ର ଦୀପଙ୍କର ପଣ୍ଡା ପ୍ରମୁଖ ଏହି ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ ।ଦୁଇ ମାସ ପରେ ଏହି ପରୀକ୍ଷା ର ଫଳାଫଳ ପ୍ରକାଶିତ ହେବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆ ଯାଇଛି ।