Search
Close this search box.

୪୧ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ଉଦଯାପିତ । ଜେଏସଡବ୍ଲ୍ୟୁ ଦ୍ଵାରା କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ

0
SHARES
7
VIEWS

କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ସୋୟାବାଲି ଠାରେ ଖଣିର ସୁରକ୍ଷିତ କାର୍ଯ୍ୟ ପଦ୍ଧତିରେ ଉନ୍ନତି ଆଣିବା, ଦୁର୍ଘଟଣାକୁ ଯଥେଷ୍ଟ ହ୍ରାସ କରିବା ଏବଂ ଖଣି କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଶୂନ୍ୟ କ୍ଷତି ସଂସ୍କୃତି ପାଇଁ ପ୍ରତିବର୍ଷ ଖଣି ନିରାପତ୍ତା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ରିଜିଅନ୍ ଅଧୀନରେ ଶୁକ୍ରବାର ବଡ଼ବିଲ ସୋୟାବାଲି ଠାରେ ୪୧ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ଉଦଯାପିତ ହୋଇଯାଇଛି । ଜେଏସଡବ୍ଲ୍ୟୁ ଦ୍ଵାରା ଏହି କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣି ସୁରକ୍ଷା ମହାନିର୍ଦ୍ଦେଶକ ପ୍ରଭାତ କୁମାର, ରାଂଚିର ଖଣି ନିରାପତ୍ତା ଉପମହାନିର୍ଦ୍ଦେଶକ ଏସ୍ ଡି ଚିଦାମ୍ବରମ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍‌ର ଖଣି ବିଭାଗ ମୁଖ୍ୟ ପରିଚାଳନା ଅଧିକାରୀ ସୌଭିକ ମଜୁମଦାର, ଭୁବନେଶ୍ୱର ରିଜିଅନ୍‌-୧ ଖଣି ନିରାପତ୍ତା ନିର୍ଦେଶକ କୃଷ୍ଣେନ୍ଦୁ ମଣ୍ଡଳ, ଖଣି ସୁରକ୍ଷା ନିର୍ଦ୍ଦେଶକ ପି.ଆର ଠାକୁରଙ୍କ ସହ ରିଜିଅନ୍‌-୨ର ବିଭିନ୍ନ ଖଣିର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଟାଟା ଷ୍ଟିଲ, ଜେଏସଡବ୍ଲ୍ୟୁ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଓଡ଼ିଶା ଖଣି ନିଗମ, ବେଦାନ୍ତ ଭଳି ବିଭିନ୍ନ ଖଣି କମ୍ପାନି ଏବଂ ଭେଣ୍ଡର ପାର୍ଟନରମାନଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଷ୍ଟଲଗୁଡ଼ିକୁ ଅତିଥି ପରିଦର୍ଶନ କରିଥିଲେ ଯେଉଁଥିରେ ସର୍ବୋତମ ସୁରକ୍ଷା ଅଭ୍ୟାସ ଏବଂ ନିରାପତା ନିରାପତ୍ତା ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବର୍ଗର ପ୍ରଦର୍ଶନରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖଣି ଗୁଡିକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏ-୧ ସମୁଦାୟ ବର୍ଗର ପ୍ରଦର୍ଶନରେ ଯୋଡା ଇଷ୍ଟ ଆଇରନ ମାଇନ ବିଜେତା ହୋଇଥିବା ବେଳେ, କIଟାମାଟି ଆଇରନ ମାଇନ ଏ-୨ ବର୍ଗରେ ପ୍ରଥମ ସ୍ଥାନ ଅଧିକାର ଗ୍ରହଣ କରିଛି । ଏହାବ୍ୟତୀତ ଷ୍ଟଲ ପ୍ରଦର୍ଶନୀ ବର୍ଗରେ ଟାଟା ଷ୍ଟିଲକୁ ବିଜେତା ବିବେଚିତ କରାଯାଇଥିଲା । ଯୋଡ଼ା ଇଷ୍ଟ ଆଇରନ ମାଇନର ଅଂଶୁ କୁମାରୀ ଶ୍ରେଷ୍ଠ ପୋଷ୍ଟର ବର୍ଗରେ ବିଜେତା ହୋଇଥିଲେ । ବିଭିନ୍ନ ନୃତ୍ୟ ଦଳ ପକ୍ଷରୁ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।

    Related News

    Follow Us