ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ । ଜଳଜମିକୁ ଘରବାଡି କରିବା ପାଇଁ ଲାଞ୍ଚ ନେଉଥିଲେ । ଏହି ସମୟରେ ମାଡିବସିଲା ଭିଜିଲାନ୍ସ । ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ଶରତ ଜେନା ଭିଜିଲାନ୍ସ ଜାଲରେ ପଡିଛନ୍ତି।
ଖବର ଅନୁଯାୟୀ, ଖାନାବାଡି ଅଞ୍ଚଳର ଜନୈକ ବ୍ୟକ୍ତି ନିଜ ଜଳ ଜମିକୁ ଘରବାଡି କରିବା ପାଇଁ କେନ୍ଦୁଆପଦା ଆରଆଇ ଅଫିସରେ ଆବେଦନ କରିଥିଲେ । କିନ୍ତୁ ଆର ଆଇ ଶରତ ଜେନା ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ଜଗି ରହିଥିଲେ । ଆବେଦନ କାରୀଙ୍କ ନିକଟରୁ ଆରଆଇ ଶରତ ଜେନା ୯ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ମାଡିବସିଛି । ତେବେ ଆରଆଇଙ୍କ କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ ଜାରି ରହିଛି, ଶିବ କେତନ ମହାନ୍ତି ଙ୍କ ରିପୋର୍ଟ