ଧରାକୋଟ ର ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ୍ ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଏହି ତିନି ଦିନିଆ ତାଲିମ୍ ଶିବିର କୁ ଉଦଘାଟନ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ ସଭାପତିତ୍ବ କରିଥିଲେ,ଅବସର ପ୍ରାପ୍ତ ଆର୍ମୀ ବ୍ରୀଗେଡିୟର ଡଃ ଅରୁଣ ପ୍ରସାଦ ପାଢ଼ୀ , ମୂଖ୍ୟ ବକ୍ତା ଭାବେ ସିବିରାଥି ଙ୍କୁ ପ୍ରେରଣା ଦାୟୀ ଅଭିଭାଷଣ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ଗଂଜାମ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥୀ ବେହେରା, ଜିଲ୍ଲା ଅଗ୍ନି ସମ ଅଧିକାରୀ ଶିଶିର କାନ୍ତ ସିଂ, ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ପ୍ରଧାନ, ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ଜିଲ୍ଲା ର ବିଭିନ୍ନ ବ୍ଲକ ର ଶିକ୍ଷା ଅଧିକାରୀ ଓ ଜିଲ୍ଲା ସ୍ତରର ରେଡ଼କ୍ରସ୍ ର ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ। ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ବାଇଁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶିକ୍ଷକ ସୁରେଶ କୁମାର ପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଆଭିମୁଖ୍ୟ ହେଲା ରେଡ଼କ୍ରସ୍ ଦ୍ବାରା ସାରା ବିଶ୍ବରେ ଶାନ୍ତି,ମୟୀତ୍ରି ସ୍ଥାପନା ସହ ବନ୍ଧୁତ୍ୱ ଭାବ ଧାରାରେ ବାନ୍ଧି ରଖିବା ସହ ସମାଜରେ ସେବା ର ପ୍ରତିକ ହେବା ଏବଂ ଅସହାୟ ଙ୍କୁ ନିରନ୍ତର ସାହାଯ୍ୟ କରିବା ଉପରେ ମଞ୍ଚାସିନ ଅତିଥି ମାନେ ଗୁରୁତ୍ବ ଆରୋପ କରିଥିଲେ।ଏହି ଶିବିର ତିନି ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ସମଗ୍ର ଜିଲ୍ଲା ରୁ ପ୍ରାୟ ପାଞ୍ଚ ସହ ଛାତ୍ର ଛାତ୍ରୀ ଶିବିରରେ ଯୋଗ ଦେଇଛନ୍ତି। ଜିଲ୍ଲା ସ୍ତରର ବଛା ବଛା ରେଡ଼କ୍ରସ୍ ର ପଦାଧିକାରୀ ଶିବିର ରେ ଯୋଗଦେଇ ଶିବିରାର୍ଥୀଙ୍କୁ ତାଲିମ୍ ପ୍ରଦାନ କରିବେ। ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ତର୍କ, ବକୃତା, ସାଧାରଣ ଜ୍ଞାନ,ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଶିକ୍ଷଣୀୟ ପାଠ୍ୟ କ୍ରମ ରେ ମଧ୍ୟ ଶିକ୍ଷା ଦାନ କରାଯିବ। ଧରାକୋଟ ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ କୁ ସହଯୋଗ ପ୍ରଦାନ କରିଛନ୍ତି। ଏହି ଅବସରରେ ଗାଳ୍ପିକ,ଲେଖକ ବିଶିଷ୍ଟ ଶିକ୍ଷାବିତ୍ ସୋମନାଥ ପଣ୍ଡା ଙ୍କ ବହୁ ଚର୍ଚ୍ଚିତ କ୍ଷୁଦ୍ର ଗଳ୍ପ ପୁସ୍ତକ” ଛଦ୍ମବେଶୀ”ଉନ୍ମୋଚିତ ହୋଇଥିଲା।