ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ 5t ଅଧ୍ୟକ୍ଷ ଭି କେ ପଣ୍ଡିଆନ ପୁରୀ ଗସ୍ତ ରେ ଆସି ସବୁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ନୀଳାଦ୍ରି ଭକ୍ତ ନିବାସ ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା। ଏହି ବୈଠକ ରେ ବିଜେଡ଼ିର ର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାଶ, ମାନସ ମଙ୍ଗରାଜ , ପୁରୀ ଜିଲ୍ଲାପାଳ, ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ ଉପସ୍ଥିତ ଥିବା ବେଳେ ତାଙ୍କ ସହ 5t ଅଧ୍ୟକ୍ଷ ଆଲୋଚନା କରିଥଲେ। ତେବେ ବୈଠକ ରେ ଯୋଗ ଦେଇଥିବା ବିଜେଡ଼ିର ବରିଷ୍ଠ ନେତା ମାନସ ମଙ୍ଗରାଜ କହିଥିଲେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଐତିହାସିକ ପ୍ରକଳ୍ପ। ଏହି ପ୍ରକଳ୍ପ କୁ ସଫଳ କରିବା ପାଇଁ ସବୁ ପକ୍ଷ ଙ୍କ ମତାମତ ନିଆଯାଇଛି। ବିଶେଷ କରି ପରିକ୍ରମା ପ୍ରକଳ୍ପ ଯୋଗୁ ଶ୍ରୀ ମନ୍ଦିର ଚାରି ପାଖ ରେ ଥିବା ସାହୀ ଗୁଡିକ ର ବାସିନ୍ଦା ଯାତାୟତ ରେ ବହୁ ଅସୁବିଧା ଭୋଗୁ ଥିବାରୁ ଏହାକୁ କିଭଳି ସମାଧାନ କରାଯାଇ ପାରିବ ସେ ନେଇ ଆଲୋଚୋନା ହୋଇଥିଲା। ବୈଠକ ରେ ଯୋଗ ଦେଇଥିବା ସେବାୟତ କହିଚନ୍ତି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କିଭଳି ସଫଳ ହୋଇ ପାରିବ, ଉଦଘାଟନ ଉତ୍ସବ ଜେଭଳି ସୁରୁଖୁରୁରେ ହୋଇ ପାରିବ ସେ ନେଇ 5ଟ ଅଧ୍ୟକ୍ଷ ଆଲୋଚନା କରିଥଲେ। ସେହିପରି ଶ୍ରୀ ମନ୍ଦିର ରେ ଆଉ କଣ ସମସ୍ୟା ରହିଛି ସେ ନେଇ ସମୀକ୍ଷା ହୋଇଥଲା। ତେବେ ମହାପ୍ରଭୁ ଙ୍କ ର ସେବା ପୁଜା କେତେକ ସାମଗ୍ରୀ ଆବଶ୍ୟକ ଥିବା ବେଳେ ଏହାର ବ୍ୟବସ୍ଥା କରିବା ପାଇଁ 5t ଅଧ୍ୟକ୍ଷ ଙ୍କୁ ସେବାୟତ ମାନେ ପ୍ରସ୍ତାବ ଦେଇଥିଲେ।
ଆସନ୍ତା ୧୭ ତାରିଖରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। କାର୍ଯ୍ୟସୂଚୀ ଅନୁଯାୟୀ ୧୭ ତାରିଖ ବୁଧବାର ଦିନ ବିଭିନ୍ନ ପୂଜାବିଧି ସହିତ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାଠ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ। ଦିନ ୧ଟା ୧୫ ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ୧ଟା ୩୦ ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ। ପରେ ଦିନ ୨ଟା ରୁ ୩ଟା ମଧ୍ୟରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଏବଂ ପରେ ସଭାଗୃହରେ ଅତିଥି ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ। ଦିନ ୩ଟା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷଣ କରିବା ପାଇଁ ସର୍ବସାଧାରଣ ଙ୍କ ପାଇଁ ଉନ୍ମୁକ୍ତ ରହିବ ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପରେ ଆସନ୍ତା ୧୮ ତାରିଖରୁ ରାଜ୍ୟ ର ବିଭିନ୍ନ ସ୍ଥାନରୁ ନିମନ୍ତ୍ରିତ ଅତିଥିଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ପୁରୀ ଅଣାଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ନେଇ ଆସନ୍ତାକାଲି ଠାରୁ ପୂଜାବିଧି ଆରମ୍ଭ ହେଉଥିବା ବେଳେ ୧୭ ତାରିଖ ବୁଧବାର ଲୋକାର୍ପଣ ଉତ୍ସବକୁ ଏବେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଦେଖିବା ପାଇଁ ଏବେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।