Search
Close this search box.

ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ରାଜା ବାହାଦୁର ସ୍ବର୍ଗତ ରାମଚନ୍ଦ୍ର ମର୍ଦରାଜ 124 ତମ ଜନ୍ମ ଜୟନ୍ତୀ ପାଳିତ

0
SHARES
45
VIEWS

ବ୍ରହ୍ମପୁର, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ରାଜା ବାହାଦୁର ସ୍ବର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜ 124 ତମ ଜନ୍ମ ଜୟନ୍ତୀ ମହା ଆଡମ୍ବର ସହ ପାଳିତ ହୋଇଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର ପ୍ରଫେସର ମଦନ ମୋହନ ମହାପାତ୍ର ଯୋଗ ଦେଇ ଖଲ୍ଲିକୋଟ ରାଜବଂଶ ର ମହାନୀୟତା କହିବା ସହିତ ସ୍ବର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସ୍ମୃତି ଚାରଣ କରିଥିଲେ।ମୁଖ୍ୟ ବକ୍ତା ଭାବେ ଉପସଚିବ ସି.ଏଚ.ଏସ.ଇ ଡକ୍ଟର କୁଳମଣି ଓଝା,ଯୋଗ ଦେଇ ଓଡ଼ିଶାର ଇତିହାସ ଏବଂ ରାମଚନ୍ଦ୍ର ମର୍ଦ୍ଦରାଜ ଙ୍କ ଭୂମିକା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।ଏହି ସଭାକୁ ସଭାପତିତ୍ବ କରିଥିଲେ ମହାବିଦ୍ୟାଳୟର ଅଧ୍ୟାପକ ଡ଼କ୍ଟର ଅରୁଣ କୁମାର ଖାଡଙ୍ଗା, ଡକ୍ଟର ପ୍ରଦୀପ କୁମାର ନନ୍ଦ ଅତିଥି ପରିଚୟ ଦେଇଥିବା ବେଳେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ପବିତ୍ର ଶବର ସଭା ସଞ୍ଚାଳନ କରିଥିଲେ।ଏହି ଅବସରରେ ରାସାୟନିକ ବିଭାଗର ଅଧ୍ୟାପକ ଅବିନାଶ ଲେଙ୍କାଙ୍କ ନେତୃତ୍ବରେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରଦାନ କରାଯାଇଥିଲା।ସଭା ପରିଶେଷରେ ଇତିହାସ ବିଭାଗର ଅଧ୍ୟାପକ ଡକ୍ଟର ଗୋକୁଳାନନ୍ଦ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ ,କର୍ମଚାରୀ ମାନେ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

    Related News

    Follow Us