Search
Close this search box.

ସୁରକ୍ଷା ବ୍ଲାଙ୍କେଟରେ ସମ୍ପୂର୍ଣ୍ଣ ପୁରୀ ସହର

0
SHARES
13
VIEWS

ପରିକ୍ରମା ପ୍ରକଳ୍ପ ପାଇଁ ସୁରକ୍ଷା ବ୍ଲାଙ୍କେଟରେ ସମ୍ପୂର୍ଣ୍ଣ ପୁରୀ ସହର । ପୁରୀରେ ସୁରକ୍ଷା ନେଇ ସ୍ଥିତି ଅନୁଧ୍ୟାନ ପରେ ଏହା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ୧୭ ତାରିଖ ଲୋକାର୍ପଣ ଉସବ ଦିନ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି । ପୁରୀରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ହୋଇଛି ଏବଂ କେନ୍ଦ୍ରାଞ୍ଚଳ IG ଓ ପୁରୀ SP ଏହାର ତଦାରଖ କରିବେ।

ଟ୍ରାଫିକ, ଭିଆଇପି ଓ ସମସ୍ତ ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯିବ । ୧୦୦ ସୁପରଭାଇଜିଂ ଅଫିସର, ୨୫୦ SI ଓ ASI ଦାୟିତ୍ୱରେ ରହିବେ ବୋଲି ଡିଜିପି କହିଛନ୍ତି । ୪ଟି ବୋମା ନିଷ୍କ୍ରିୟକାରୀ ଟିମ୍ ସହ ୩ଟି କାନାଇନ୍ ସ୍କ୍ୱାଡ୍ ମୁତୟନ ରହିବେ । ସୁରୁଖୁରୁରେ ସବୁ କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟବସ୍ଥା ହୋଇଛି ବୋଲି DGP କହିଛନ୍ତି ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦଳୀୟ କାର୍ଯ୍ୟକ୍ରମ ବୋଲି କହିଲା ବିଜେପି । ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜଗନ୍ନାଥ କେଉଁ ଦଳର ନୁହଁନ୍ତି । ସାଲବେଗକୁ ଭେଟିବାକୁ ଜଗନ୍ନାଥ ୯ ଦିନ ବାହାରକୁ ବାହାରିଥିଲେ । ଭୁବନେଶ୍ୱର ରାମ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ପ୍ରତିକ୍ରିୟା ରଖିଥିଲେ ଶ୍ରୀ ସାମଲ । ସେପଟେ କାର୍ଯ୍ୟକ୍ରମରେ ସାମିଲ ହେବା ପ୍ରସଙ୍ଗରେ ସେ କହିଛନ୍ତି ଲୋକେ ବିଚାର କରନ୍ତୁ ।

ତେବେ ବିଜେପି ସଭାପତିଙ୍କ ପ୍ରତିକ୍ରିୟା ଉପରେ ଜବାବ ରଖିଛି ବିଜେଡି । ବିଧାୟକ ଅମର ଶତପଥୀ କହିଛନ୍ତି ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ ଏହା ଏକ ଧାର୍ମିକ କାର୍ଯ୍ୟକ୍ରମ । ସରକାର ଏବଂ ମନ୍ଦିର ପ୍ରଶାସନ ସମସ୍ତ କାର୍ଯ୍ୟକ୍ରମ କରୁଛି । ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି ସମସ୍ତେ ଆସନ୍ତୁ ।

ଆଗରୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଅର୍ପଣ ରଥରେ ଜଗନ୍ନାଥଙ୍କୁ ବସାଇ ଯେପରି ବୁଲାଯାଉଛି ତା ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ମହାପ୍ରଭୁ ୯ ଦିନ ପାଇଁ ମନ୍ଦିରରୁ ବାହାରନ୍ତି, ଏଠି କେମିତି ଗାଁ ଗାଁ ବୁଲୁଛନ୍ତି । ପ୍ରଭୁଙ୍କୁ ଏକ ଅଟୋରେ ଖରା, ଶୀତ, କାକରରେ ବାହାରେ ରଖାଯାଉଛି । ଗାଡ଼ିକୁ ଅଳିଆ ଗଦା ପାଖରେ ପାର୍କିଂ କରି ରଖାଯାଉଛି ବୋଲି ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଥିଲେ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us