Search
Close this search box.

ଜାତୀୟ ଯୁବା ଦିବସ ଅବସରରେ ଏକଦିବସୀୟ ଭଲ୍ଲିବଲ ଟୁର୍ଣ୍ଣାମେଣ୍ଟ

0
SHARES
164
VIEWS

ଯୋଡା, ୧୩ା୧ (ସଂଘର୍ଷ): ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀକୁ ଜାତୀୟ ଯୁବା ଦିବସ ଭାବରେ ସମଗ୍ର ଦେଶରେ ପାଳନ କରାଯାଇଆସୁଛି । ଏହି ଦିବସ ଅବସରରେ ଯୁବ ପୀଢି ସ୍ୱାମୀଜୀଙ୍କ ପଦାଙ୍କ ଅନୁସରଣ କରିବା ନିମନ୍ତେ ଏହି ଉତ୍ସବ ପାଳନ କରିଥାନ୍ତି । ଏହି ଅବସରରେ ଯୋଡା ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ.୧୩ ଖୁଣ୍ଟପାଣି ଠାରେ ଏହି ଦିବସ ପାଳନ କକରାଯାଇଛି । ଏହି ଦିବସ ପାଳନ ଅବସରରେ ଯୋଡା ତଥା ଆଖପାଖ ଅଞ୍ଚଳର ଯୁବ ଖେଳାଳୀମାନଙ୍କୁ ନେଇ ଏକ ଦିବସୀୟ ଭଲ୍ଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଂଶପାଣି, ଯୋଡା, କିରିବୁରୁ, ବାସୁଦେବପୁର, ଡାଙ୍ଗୁଆପଶି, ଖେଣ୍ଡରା, ବଡନଈ ପ୍ରଭୁତି ଅଞ୍ଚଳର ୮ଟି ଦଳ ଭାଗନେଇଥିଲେ । ସେମାନଙ୍କ ମଧ୍ୟରେ ରୋମାଞ୍ଚକର କ୍ରିଡା ଦେଖିବାକୁ ମିଳିଥିଲା । ଅନ୍ତିମ ପର୍ଯ୍ୟାୟରେ ଖେଣ୍ଡରା ଏବଂ ଯୋଡା ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଶେଷରେ ଯୋଡା ଭଲ୍ଲିବଲ ଦଳ ବିଜେତା ଭାବେ ଘୋଷିତ ହୋଇଥିଲେ । ସେମାନଙ୍କୁ ଅତିଥିମାନେ ଟ୍ରଫି ସହିତ ନଗଦ ଅନୁଦାନ ପ୍ରଦାନ କରି ସମ୍ମାନୀତ କରିଥିଲେ । ସେହିପରି ଉପବିଜେତା ଭାବେ ଖେଣ୍ଡରା ଭଲ୍ଲିବଲ ଦଳକୁ ସମ୍ମାନୀତ କରାଯାଇଥିଲା । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ୟୁନିଟ ଲିଡର ମୁଖ୍ୟ ରବିନ୍ଦ୍ର କୁମାର ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ୧୩ନଂ ୱାର୍ଡ କାଉନସିଲର ଦିପ୍ତୀରଞ୍ଜନ ବେହେରା, ବରିଷ୍ଠ ନାଗରିକ ମୁରଲିଧର ବେହେରା, କାର୍ତ୍ତିକ ଚନ୍ଦ୍ର ବେହେରା, ପୂର୍ବତନ ବରିଷ୍ଠ ଭଲ୍ଲିବଲ ଖେଳାଳୀ ଘାଷିନାଥ ମହାକୁଡ ଯୋଗଦେଇଥିବା ଜଣାପଡିଛି । ଏହି ଭଲ୍ଲିବଲ ଟୁର୍ଣ୍ଣାମେଣ୍ଟର ଆୟୋଜକ ମାଇନିଙ୍ଗ ଏରିଆ ସୋଶିଆଲ ସର୍ଭିସେସ (ମାସ)ର ସଂଯୋଜକ ଚର୍ଚ୍ଚିଲ ମହାକୁଡ, ସମ୍ପାଦକ ଗୋପାଳ ବେହେରାଙ୍କ ସହ ବିକାଶ ମହାକୁଡ, ପ୍ରତାପ ପଲେଇ, କାହ୍ନା ଆପଟ୍ଟ, ପାଣ୍ଡୁ ବେହେରା, ପପୁ ବାରିକ୍, ଅମିତ ମହାକୁଡ, ସୁମିତ ବାରିକ୍, ଭକ୍ତ ମହାକୁଡ, ଶିଷିଲ ବାରିକ ପ୍ରମୁଖ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ । ଏହି ଖେଳଟିକୁ ରେଫରି ଭାବେ କେ.ଏନ୍. ବେହେରା, ସତ୍ୟଭାନ ପାତ୍ର ଏସ୍.ଏନ. ମୂର୍ତ୍ତୀ ପରିଚାଳନା କରିଥିଲେ ।

    Related News

    Follow Us