Search
Close this search box.

ଓଡିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବିଜୟୀନି ଙ୍କ ପରଲୋକ

0
SHARES
3
VIEWS

ଓଡ଼ିଶା ସାହିତ୍ୟ ଏକାଡେମି #ପୁରସ୍କାରପ୍ରାପ୍ତ ଲେଖିକା ବିଜୟିନୀ ଦାସ (୮୦)ଙ୍କର #ପରଲୋକ ଘଟିଛି। ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ସିଡିଏସ୍ଥିତ ଝିଅ ମଧୁମିତା ମହାନ୍ତିଙ୍କ #ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କିଛି ଦିନ ହେବ ସେ #ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ।

ଦେବଦାସୀ ଉପନ୍ୟାସ ପାଇଁ ୧୯୯୧ରେ ବିଜୟିନୀ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଥିଲେ।

୧୯୪୪ ମସିହା ସେପ୍ଟେମ୍ବର ୨୩ରେ ନୟାଗଡ଼ ଜିଲ୍ଲା ବାଉଁସିଆପଡ଼ା ଗ୍ରାମରେ ବିଜୟିନୀ ଦାସ ଜନ୍ମଗ୍ରହଣ କରିଥିଲେ। ଭାଗବତ ପଟ୍ଟନାୟକ-କୁମୁଦିନୀ ପଟ୍ଟନାୟକଙ୍କ ଝିଅ ବିଜୟିନୀ ମନସ୍ତତ୍ତ୍ବ ବିଜ୍ଞାନରେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପରେ ସାରସ୍ବତ ସାଧନା ଓ ସମାଜସେବା କ୍ଷେତ୍ରରେ ଉତ୍ସର୍ଗୀକୃ୍ତ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶାରେ ମହିଳା ଓ ଶିଶୁଙ୍କ ଅଧିକାର ଓ ନ୍ୟାୟ ପାଇଁ ତାଙ୍କର ଉଦ୍ୟମ ସର୍ବଦା ଉଲ୍ଲେଖନୀୟ। ୧୯୭୦ ମସିହାରେ ମାସିକ ସାହିତ୍ୟ ପତ୍ରିକା ‘ଜୀବନରଙ୍ଗ’ର ସଂପାଦକ ଭା‌ବେ ସାରସ୍ବତ ସେବା ଆରମ୍ଭ କରିଥିଲେ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us