Search
Close this search box.

ରାଜଧାନୀରେ ଛୁଆ କିଣାବିକା

0
SHARES
10
VIEWS

ବିକିଥିବା ଶିଶୁକୁ ଫେରି ପାଇଲା ମା’ । #ଶିଶୁକୁ ଉଦ୍ଧାର କରି ମା’କୁ ହସ୍ତାନ୍ତର କଲା ଇନ୍‌ଫୋସିଟି ଥାନା ପୋଲିସ । ଗତ ୭ ମାସ ତଳେ ନିଜ ୩ ବର୍ଷ ଶିଶୁ #କନ୍ୟାକୁ ଅର୍ଥ ଅଭାବରୁ ୨ ଲକ୍ଷ #ଟଙ୍କାରେ ବିକ୍ରି କରିଥିଲା ମା’ । ସାଲିଆ ସାହିରେ ରହୁଥିବା କବିତା ନାୟକଙ୍କର ଦୁଇଟି #ଛୁଆ ଥିବାବେଳେ ଗତ ଜୁନ୍ ମାସରେ ଚୁନୁକୋଳି ବସ୍ତିରେ ରହୁଥିବା ଭାରତୀ ସାହୁଙ୍କୁ କବିତା ତାଙ୍କ ୩ ବର୍ଷର ଶିଶୁକନ୍ୟାକୁ ୨ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ।କିନ୍ତୁ ୭ ମାସ ପରେ ନିଜ ଛୁଆ କଥା ମନେ ପଡ଼ିବାରୁ ବିକ୍ରି କରିଥିବା ଛୁଆ ପାଇଁ ଭାରତୀଙ୍କ ପାଖକୁ ଯାଇଥିଲେ । ଭାରତୀଙ୍କର ଶିଶୁ କନ୍ୟା ପ୍ରତି ସ୍ନେହ ଓ ଅହେତୁକ ଦୁର୍ବଳତା ହେତୁ କବିତାଙ୍କୁ ଫେରାଇ ନଥିଲେ। ଏନେଇ କବିତା ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ଆୟୋଗ ମାମଲାର ଶୁଣାଣି ପରେ ଶିଶୁକନ୍ୟାକୁ ନିଜ ମା’କୁ ହସ୍ତାନ୍ତର କରିବା ସ୍ଥାନୀୟ ଇନ୍‌ଫୋସିଟି ଥାନାକୁ ନୋଟିସ୍ ଦେଇଥିଲେ । ନୋଟିସ୍ ପାଇ ଇନ୍‌ଫୋସିଟି ଥାନା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଚୁନୁକୋଳିରେ ରହୁଥିବା ଭାରତୀଙ୍କ ଠାରୁ ଛୁଆଟିକୁ ଉଦ୍ଧାର କରିବା ସହ କବିତାଙ୍କ ଜିମା ଦେଇଛନ୍ତି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us