Search
Close this search box.

ବଢିଚାଲିଛି ନକ୍ସଲମାନଙ୍କର ହିଂସାତ୍ମକ କାଣ୍ଡ

0
SHARES
4
VIEWS

ବଢିଚାଲିଛି ନକ୍ସଲମାନଙ୍କର ହିଂସାତ୍ମକ କାଣ୍ଡ । ନକ୍ସଲମାନେ ନିଜ ସାଥୀକୁ ହତ୍ୟା କରିବା ମଧ୍ୟ ପଛଘୁଂଚା ଦେଉନାହାନ୍ତି । ସୂଚନା ଅନୁସାରେ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଘଟିଛି ଏଭଳି ଏକ ଅଘଟଣ । ସୀମାର ନିକଟବର୍ତ୍ତୀ ଥିବା ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ନିଜ ସାଥୀକୁ ହତ୍ୟା କରିଛନ୍ତି । ସାଥୀ ନକ୍ସଲ ପୋଲିସକୁ ଗୁପ୍ତ ତଥ୍ୟ ଦେଉଥିବା ସନ୍ଦେହ କରି ନକ୍ସଲମାନେ ତାଙ୍କୁ ହତ୍ୟା କରିଛନ୍ତି । ହତ୍ୟା କରିଥିବା ସ୍ଥାନରେ ନକ୍ସଲମାନେ ପୋଷ୍ଟର ମଧ୍ୟ ଛାଡ଼ି ଯାଇଛନ୍ତି । ତାଙ୍କୁ ପ୍ରବଳ ମାଡ଼ ମାରି ସାରିବା ପରେ ଗୁଳି କରି ହତ୍ୟା କରିଥିଲେ । ପରେ ତାଙ୍କ ପାଖରେ ଥିବା ସମସ୍ତ ପ୍ରମାଣକୁ ଜଳିପୋଡ଼ି ନଷ୍ଟ କରିଦେଇଥିଲେ । ମୃତକଙ୍କ ପରିଚୟ ମଧ୍ୟ ମିଳିଛି । ମୃତକ ଜଣକ ଡ୍ୟୁଟିରେ ଥିବା ସମୟରେ ଏପରି କାଣ୍ଡ ନକ୍ସଲମାନେ ଘଟାଇଛନ୍ତି ।

    Related News

    Follow Us