ମଞ୍ଚେଶ୍ୱର ଥାନା ଅଞ୍ଚଳର ମହିଳା ASI ଅଞ୍ଜନା ବରାଳଙ୍କୁ ଆକ୍ରମଣ । ରାତିରେ DUTY କରୁଥିବା ସମୟରେ ଆକ୍ରମଣ । BMCର ଜଣେ କର୍ପୋରେଟର ଆକ୍ରମଣରେ ସାମିଲ ଥିବା ସୂଚନା । NHAI ବିନା ଅନୁମତିରେ ଚାଲିଥିଲା ପିଚୁ କାମ । ପିଚୁ କାମ ବନ୍ଦ କଲେ NHAI କର୍ତ୍ତୃପକ୍ଷ । କାମ ବନ୍ଦକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା । ପୋଲିସକୁ ଠିକାଦାରଙ୍କ ଆକ୍ରମଣ । ସେପଟେ ASIଙ୍କୁ ଆକ୍ରମଣ କରି କର୍ପୋରେଟର ଅଟକ । ୨୯ ନମ୍ଵର କର୍ପୋରେଟର ଅପୂର୍ବ ରାଉତ ।
ସୂଚନାଥାଉକି, NH-1 ବିନା ଅନୁମତିରେ ମଞ୍ଚେଶ୍ୱର ଅଞ୍ଚଳରେ କରୁଥିଲେ ରାସ୍ତା କାମ । ମଞ୍ଚେଶ୍ଵର ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ପୋଲିସ । ତେବେ ଏହି ସମୟରେ ମହିଳା ASI ଅଞ୍ଜନା ବରାଳଙ୍କୁ ଆକ୍ରମଣ କରିଥିଲେ କିଛି ଲୋକ । ଏହି ଘଟଣାରେ ସାମିଲ ଥିଲେ କର୍ପୋରେଟର । ତେବେ ଘଟଣା ସ୍ଥଳରୁ ଅନ୍ୟ ଜଣେ କର୍ପୋରେଟର ଫେରାର ହୋଇଯାଇଛନ୍ତି । ତେବେ ଅଟକ କର୍ପୋରେଟରଙ୍କ ବିରୋଦ୍ଧରେ ରହିଛି ଏକାଧିକ ସଙ୍ଗିନ ମାମଲା, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ