ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ସିନ୍ଦେ। ନିଜ ପ୍ରତିକ୍ରିୟା ସମୟରେ ଜିଲ୍ଲାପାଳ କହିଛନ୍ତି ବିଡିଓ ଛୁଟି ମାଗିନାହାଁନ୍ତି। କାମରେ ମଧ୍ୟ କୌଣସି ଚାପ ନଥିଲା। ଯଦି ବ୍ଲକ୍ ସ୍ତରରେ କାମକୁ ନେଇ କିଛି ଚାପ ଥିବା ତାହା ତଦନ୍ତରେ ଜଣାପଡ଼ିବ। ତେବେ ମାମଲାରେ ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।ସୂଚନାଥାଉକି, ଗୁରୁବାର ବାଲେଶ୍ବର ଜିଲ୍ଲା ସିମୁଳିଆ ସ୍ଥିତ ସରକାରୀ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗୁରୁବାର ଅଫିସ୍ ଆସି ମାତ୍ର କିଛି ସମୟ କାର୍ଯ୍ୟ କରିଥିଲେ ବିଶ୍ବରଞ୍ଜନ । ପରେ ସରକାରୀ ବାସଭବନରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି l ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ସିମୁଳିଆ ପୋଲିସ ତଦନ୍ତ ଜାରି ରଖିଛି।ଶିବ କେତନ ମହାନ୍ତି ଙ୍କ ରିପୋର୍ଟ