Search
Close this search box.

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ।

0
SHARES
2
VIEWS

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ। ରାମ ମନ୍ଦିର ନିର୍ମାଣରେ ବିଭିନ୍ନ ରାଜ୍ୟର ଯୋଗଦାନ ରହିଥିବା ବେଳେ, ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପ୍ରଭୁଙ୍କ ପାଇଁ ବିଭିନ୍ନ ଦିବ୍ୟ ନୈବେଦ୍ୟ। ଏ ଭିତରେ କିଛି ରାମଭକ୍ତଙ୍କ ନେଇ ବି ଚର୍ଚ୍ଚା ଜୋର୍ ଧରିଛି। କିଏ ଶ୍ରୀରାମଙ୍କ ପାଇଁ ପାଦୁକା ତିଆରି ୭ ହଜାର କିଲୋମିଟର ପଦଯାତ୍ରା କରିଛି, ତ କିଏ ୩୦ ବର୍ଷର ମୌନବ୍ରତ ଭାଙ୍ଗିବାକୁ ଯାଉଛି।

ସାରା ଦେଶରୁ ଅଯୋଧ୍ୟାକୁ ଛୁଟିଛି ଉପହାରର ସୁଅ। ସୁନା-ରୁପାଠୁ ନେଇ ମନ୍ଦିର ପାଇଁ ଘଣ୍ଟି, ନାଗରା ଓ ଆଲମାରି। ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ। ରାମଲାଲାଙ୍କ ଚରଣ ପାଦୁକା ୮ କେଜି ରୁପାରେ ତିଆରି, ଉପରେ ଲାଗିଛି ସୁନାର କୋଟିଂ। ଚିତ୍ରିତ ହୋଇଛି ଶଙ୍ଖ, ଚକ୍ର, ଗଦା, ପଦ୍ମ, ଧନୁତୀର ଓ ଅନ୍ୟ ଆୟୁଧ, ନନ୍ଦି, ଧ୍ୱଜା, ସୂର୍ଯ୍ୟ-ଚନ୍ଦ୍ର ଇତ୍ୟାଦି । ରାମାୟଣରେ ଭରତଙ୍କ ପାଦୁକା ପୂଜାର ଖୁବ୍ ମହତ୍ତ୍ୱ ଥିବା ବେଳେ, ଏବେ ରାମଲାଲାଙ୍କ ପାଇଁ ଏହି ପାଦୁକା ତିଆରି କରି ପୂଜା କରୁଛନ୍ତି ଜଣେ ପରିଣତ ବୟସ୍କ ଭକ୍ତ। ହାଇଦ୍ରାବାଦର ୬୪ ବର୍ଷୀୟ ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ଏହାକୁ ଧରି ଅଯୋଧ୍ୟା ଅଭିମୁଖେ ୭ ହଜାର ୨ଶହ କିଲୋମିଟର ପଦଯାତ୍ରା କରିଛନ୍ତି।

    Related News

    Follow Us