Search
Close this search box.

ଏଆଇଟିୟୁସି ପକ୍ଷରୁ ଜିଲିଂ ଅଫିସରେ ଶ୍ରମିକ ସମାବେଶ

0
SHARES
38
VIEWS

ଯୋଡା, ୧୦।୧:(ସଂଘର୍ଷ ରମେଶ) ବୁଧବାର ବିଭିନ୍ନ ଶ୍ରମିକ ସମସ୍ୟା ନେଇ କେଉଁଝର ମାଇନ୍ସ ଏଣ୍ଡ ଫରେଷ୍ଟ ଓ୍ବାର୍କରସ ୟୁନିୟନ (ଏଆଇଟିୟୁସି) ତରଫରୁ ଜିଲିଂ ୟୁନିୟନ କାର୍ଯ୍ୟାଳୟ ପରିସରରେ ଏକ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଖଣି ନିଗମର ଜିଲିଂ ଖଣି ଓ ଖଣ୍ଡବନ୍ଧ ଖଣି, ଜେଏସଡବ୍ଲୁର ଜଜାଙ୍ଗ ଖଣି, ତଥା ଅନ୍ୟାନ୍ଯ ସଂସ୍ଥାର ୨ ଶହରୁ ଅଧିକ ଶ୍ରମିକ ଯୋଗ
ଦେଇଥିଲେ। ଚାଲୁଥିବା ନିଗମର ଖଣି ଓ ଜେଏସଡବ୍ଲୁ ଖଣିରେ ସ୍ଥାନୀୟ ଲୋକ ମାନଙ୍କୁ ନିଯୁକ୍ତି ଦେବା, ଠିକ୍ ସମୟକେ ମାସିକ ଦରମା ପ୍ରଦାନ କରିବା, ଦୀର୍ଘ ଦିନ ଧରି ମିଳି ଆସୁଥିବା ବାର୍ଷିକ ୧୮ ଦିନର ମେଡିକାଲ ଛୁଟି ଓ ୧୦ ଦିନର କାଜୁଆଲ ଛୁଟି ପ୍ରଦାନ କରିବା, କର୍ମ ଅନୁସାରେ ଗ୍ରେଡ୍ ପ୍ରଦାନ କରିବା, ଅଧିକ ବୋନସ୍ ଦେବା ଆଦି ବିଭିନ୍ନ ଦାବି ନେଇ ଏହି ସମାବେଶ ଅନୁଷ୍ଠତ ହୋଇଥିଲା।ଶ୍ରମିକ ସଂଘର କାହ୍ନୁ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶ ୟୁନିୟନର ସାଧାରଣ ସଂପାଦକ ମହେଶ୍ବର ରାଉତ, ଏଆଇଟିୟୁସିର ରାଜ୍ୟ ସଂପାଦକ ବ୍ରଜବନ୍ଧୁ ପ୍ରଧାନ, ନିର୍ମାଣ ଶ୍ରମିକ ନେତା ହରି ବାହିନିପତି ନିଜ ନିଜ ବକ୍ତବ୍ୟରେ କେନ୍ଦ୍ରର ମୋଦି ସରକାରଙ୍କ ଶ୍ରମିକ ମାରଣ ନୀତି ସଂପର୍କରେ ସମାଲୋଚନା କରିଥିଲେ। ଆଗାମୀ ୧୩ ତାରିଖରେ ବିଭିନ୍ନ ଶ୍ରମିକ ସମସ୍ୟା ନେଇ ନିଗମ ଖଣିରେ ଠିକାଦାର ଶ୍ରମିକ ମାନେ ଏକ ହୋଇ ପରିଚାଳକ ଓ କେ ସି ସି କାର୍ଯ୍ଯାଳରେ ଲିଖିତ ଅଭିଯୋଗ ପ୍ରଦାନ କରିବେ। ଅନ୍ୟ ମାନଙ୍କ ମଧରେ ୟୁନିୟନର ଉପ ସାଧାରଣ ସଂପାଦକ କପିଳ ମହାନ୍ତି, ରାଜାରାମ ମୁଣ୍ଡା, ଶ୍ରୀହରି ଘଣା, ବଦ୍ରୁ ଜାମା ଓ ଅନ୍ୟମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ୧୫ ଦି ମଧରେ କମ୍ପାନୀ ସମସ୍ୟାର ସମାଧାନ ନ କଲେ ୟୁନିୟନ ଚରଫରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

    Related News

    Follow Us