ଗଞ୍ଜାମ ଜିଲ୍ଲା ଆସିକା ଥାନା ମଙ୍ଗଳପୁର ଗ୍ରାମରେ 2015 ମସିହାରେ ଘଟିଥିବା ଜୟସେନ ପାଳ ହତ୍ୟା ଘଟଣା ର ଆଜି ରାୟ ପ୍ରକାଶ ପାଇଛି l ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ କୋର୍ଟ ରେ ଶୁଣାଣି ରାୟ ପ୍ରକାଶ ପାଇଛି l ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ହତ୍ୟା ଘଟଣାରେ ଅଭିଯୁକ୍ତ ସମସ୍ତ ପାଞ୍ଚ ଜଣ ଙ୍କୁ ଦୋଷୀ ଘୋଷଣା କରିଛନ୍ତି l ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ପଞ୍ଚୁ ଓରଫ ପଞ୍ଚାନନ ଜେନା ଓ ଟୁନା ଓରଫ ମନୋଜ ପାତ୍ର ଙ୍କୁ ଆଜୀବନ କାରା ଦଣ୍ଡ ସହ ଦଶ ହଜାର ଟଙ୍କା ଜରିମାନା ଅନାଦେୟ ରେ ଅଧିକ ଚାରି ମାସ ସଶ୍ରମ କାରାଦଣ୍ଡ ର ଆଦେଶ ଦେଇ ଥିବାବେଳେ ଅନ୍ୟ ତିନି ଅଭିଯୁକ୍ତ ପୂର୍ଣ୍ଣ ପାତ୍ର, ସନ୍ତୋଷ ପାତ୍ର ଓ ପାଣ୍ଡା ପାତ୍ର ଙ୍କୁ ୧ ମାସ କାରାଦଣ୍ଡ ର ଶୁଣାଣି କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ l ହତ୍ୟା କାଣ୍ଡର ଆଠ ବର୍ଷ ପରେ ଅଭିଯୁକ୍ତ ମାନଙ୍କୁ ଦଣ୍ଡିତ କରିଛନ୍ତି କୋର୍ଟ l