Search
Close this search box.

ନିର୍ବାହୀ ଅଧିକାରୀଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ

0
SHARES
265
VIEWS

ଅଳ୍ପକେ ବର୍ତ୍ତିଲେ ନିର୍ବାହୀ ଅଧିକାରୀ, ଅଭିଯୁକ୍ତ ଯୁବକ ବଡବିଲ ଥାନାରେ ଅଟକ
ଯୋଡା, ୮ା୧ 🙁sangharsatv) ବଡବିଲ ପୌରନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଭିତରେ ଅଭିଷେକ ଗୁପ୍ତା ନାମକ ଜଣେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ପୌର କର୍ମଚାରୀମାନେ ସମ୍ପୃକ୍ତ ଯୁବକକୁ କାବୁ କରିନେବାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅଭିଯୁକ୍ତ ଗୁପ୍ତା ସୋମବାର ସନ୍ଧ୍ୟା ୬ଟା ସମୟରେ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୨ଟି ବୋତଲରେ ପେଟ୍ରୋଲ ଧରି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲା । ଗୋଟିଏ ବୋତଲ ପେଟ୍ରୋଲ ଅଧିକାରୀଙ୍କ ଉପରେ ଢାଳି ଲାଇଟରଟି ଜଳାଇବାକୁ ଉଦ୍ୟମ କରୁଥିବା ବେଳେ ନିର୍ବାହୀ ଅଧିକାରୀ ଖୁବ ଜୋରରେ ଚିକ୍ରାର କରିଥିଲେ । ତାଙ୍କର ଚିକ୍ରାର ଶୁଣି କାର୍ଯ୍ୟରତ କର୍ମଚାରୀମାନେ ତାଙ୍କ ପ୍ରକୋଷ୍ଠ ଭିତରକୁ ଦୌଡି ଆସି ଗୁପ୍ତାକୁ କାବୁ କରିନେଇଥିଲେ । ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗୁପ୍ତାକୁ ଅଟକ ରଖିଥିବା ସହ ନିର୍ବାହୀ ଅଧିକାରୀଙ୍କୁ ସବିଶେଷ ତଥ୍ୟ ନିମନ୍ତେ ପଚରା ଉଚରା କରୁଥିବା ଜଣାପଡିଛି । ନିର୍ବାହୀ ଅଧିକାରୀଙ୍କୁ ହତ୍ୟା ଉଦ୍ୟମର ସଠିକ୍ କାରଣ ଜଣାପଡିନଥିଲେ ମଧ୍ୟ ସୂଚନାରୁ ପ୍ରକାଶ ଯେ, ଅଭିଯୁକ୍ତ ଅଭିଷେକ ଗୁପ୍ତାଙ୍କର ବଡବିଲ ଦୈନିକ ବଜାରରେ ଏକ ବାସଗୃହ ରହିଛି । ତାଙ୍କର ବାସଗୃହ ସାମନାରେ ସରକାରୀ ଜାଗା ଉପରେ କିଛି ଲୋକ ଦୋକାନ ଘର ତିଆରିକରି ଦୀର୍ଘ ଦିନ ହେବ ଜବରଦଖଲ କରିଆସିଛନ୍ତି । ଗୁପ୍ତା ଉକ୍ତ ଦୋକାନ ଗୁଡିକୁ ଖାଲି କରିବା ପାଇଁ ବାରମ୍ବାର ପୌରପାଳିକାରେ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ । ଫଳରେ ତାଙ୍କୁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ମଧ୍ୟ ପଡିଛି । ପୌର ପ୍ରଶାସନ ନିକଟକୁ ବାରମ୍ବାର ଦୌଡିବା ପରେ ସେ ନିଜର ମାନଶୀକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଘଟାଇବାକୁ ଉଦ୍ୟମ କରିଥାଇ ପାରନ୍ତି ବୋଲି ତାଙ୍କର ମା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଏବଂ ସେ ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ବଡବିଲ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଯୋଡା ଓ ବଡବିଲ ଉଭୟ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଆସୁଛନ୍ତି ।

    Related News

    Follow Us