ଯୋଡ଼ା,୭/୧(sangharsatv) ଚଳିତ ମାସ ୧୭ ତାରିଖରେ ଲୋକାର୍ପିତ ହେବାକୁ ଯାଉଛି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ।ଏହି ଉଦ୍ଦେଶ୍ୟରେ ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ଚେତନା କୁ ରୁଦ୍ଧିମନ୍ତ କରିବା ପାଇଁ ଶନି ବାର ଠାରୁ ସମଗ୍ର ରାଜ୍ୟରେ ଗଡିଛି ଅର୍ପଣ ରଥ ।ଜାନୁଆରୀ ମାସ ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଉସ୍ୟବ ରେ ସାମିଲ।ହେବାକୁ ନିମନ୍ତ୍ରଣ କରାଯାଇଛି ।ଏହି ଅର୍ପଣ ରଥ ଯୋଡା ସହରରେ ପରିକ୍ରମା କରିଥିଲା । ଜୟ ଜଗନ୍ନାଥ ଧ୍ବନି ରେ ସହର ପ୍ରକମ୍ପିତ ହୋଇ ଉଠିଥିଲା ।ଏହି ରଥ କୁ ସହର ର ବିଭିନ୍ନ ସ୍ଥାନରେ ଭବ୍ୟ ସ୍ଵାଗତ କରାଯାଇଥିଲା ।ରଥ ଆଗରେ ମହିଳା ପୁରୁଷ ଜଗନ୍ନାଥ ପ୍ରେମୀ ଓ ସଙ୍କୀର୍ତ୍ତନ ମଣ୍ଡଳୀ ଆଗକୁ ଆଗକୁ ପାଛୋଟି ନେଇଥିଲେ ।ଶ୍ରଦ୍ଧାଳୁ ମାନେ ଅରୁଆ ଚାଉଳ, ଗୁଆ,ନଡ଼ିଆ,ଧୂପ ଦୀପ, ଦେଇ ଶ୍ରଦ୍ଧାରେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ ।ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ କୁ ଅଧିକ ଭାବ ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସାଂସ୍କୃତିକ ଓ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।ଏହି ରଥ ପ୍ରତି ଘରକୁ ଘର ବୁଲି ପ୍ରତି ପରିବାର ରୁ ଶ୍ରୀ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ , ଗୁଆ ସଂଗ୍ରହ କରାଯାଉଛି ।ଏହି ରଥ ପରିକ୍ରମା ସମୟରେ ଯୋଡା ପୌର ପଳିକ ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ,ଉପ ନଗର ପ।ଲ ସନ୍ଧ୍ୟା ପାତ୍ର,କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା,ଜିଲ୍ଲା ବିଜେଡ଼ି ସମ୍ପାଦକ ବାବୁଲାଲ ସାହୁ,ପୂର୍ବତନ କାଉନସିଲ ଜିତେନ୍ଦ୍ର ଜୟ ସ୍ଵ।ଲ୍,ବିଶ୍ୱପ୍ରତ।ପ ବେହେରା,ପ୍ରମୋଦ ବେହେରା,ସୁମିତ୍ରା କରୁଆ,ନୀଳମଣି ମୁଣ୍ଡା,ଦୀପଙ୍କର ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ ।