Search
Close this search box.

ଆଦିବାସୀ ଡାକରା ଗାଡି ଚଳାଚଳ ଠପ

0
SHARES
17
VIEWS

ରାୟଗଡ଼ା-ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ହତ୍ୟା ପ୍ରତିବାଦରେ ଆଦିବାସୀ ମହାସଂଘ ପକ୍ଷରୁ ଆଜି ଜିଲା ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟତଃ ଚନ୍ଦ୍ରପୁର ବ୍ଲକରେ ମାଁ ଘର ପରିଚାଳିକା ଲକ୍ଷ୍ମୀ ମାଝୀ ହତ୍ୟା ସାଙ୍ଗକୁ ଆଦିବାସୀ ନେତା ଭାଗୀରଥ୍ ମାଣ୍ଡାଙ୍ଗି ହତ୍ୟା ଘଟଣାରେ ପୋଲିସ ଓ କ୍ରାଇମବ୍ରାଞ୍ଚ ଶିଥ୍‌ଳତା ବିରୋଧରେ ଏହି ବନ୍ଦ ପାଳନ କରାଯାଇଛି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି I ଆଜି ଜିଲା ବନ୍ଦ ପାଳନ ପାଇଁ  ପୂର୍ବରୁ ସାମ୍ବାଦିକ  ସମ୍ମିଳନୀରେ ଆଦିବାସୀ ମହାସଙ୍ଘ ତରଫରୁ ଘୋଷଣା କରାଯାଇଥିଲା। ଜିଲା ଆଦିବାସୀ ମହାସଂଘ ସଭାପତି ଆପଲସ୍ବାମୀ କାଡ୍ରାକା, ଆବାହକ ବସନ୍ତ କୁମାର ଉଲାକା, ସାଧାରଣ ସମ୍ପାଦକ ଜଗନ୍ନାଥ ମାଣ୍ଡାଙ୍ଗି, ସହ ସମ୍ପାଦିକା ମଞ୍ଜୁଳା ମିଣିଆକା ଏହି ବନ୍ଦର  ନେତୃତ୍ୱ ନେଇଛନ୍ତି । 

ସୂଚନା ଅନୁସାରେ , ରାୟଗଡ଼ା ଜିଲାର ଆଦିବାସୀ ନେତା ଭାଗୀରଥ୍ ମାଣ୍ଡାଙ୍ଗିଙ୍କୁ ୨୦୧୦ ଡିସେମ୍ବର ୧୫ରେ ଅତିନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର  ତଦନ୍ତ ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ କରିଥିଲା। ହେଲେ ୧୩ ବର୍ଷ ପରେ ମଧ୍ୟ ହତ୍ୟାକାରୀଙ୍କୁ  ଧରିବାରେ ପୋଲିସ ଓ କ୍ରାଇମବ୍ରାଞ୍ଚ ବିଫଳ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ ପାଇଁ ମହାସଂଘ ପକ୍ଷରୁ ପୋଲିସ ଓ ସରକାରଙ୍କ  ନିକଟରେ ବାରମ୍ବାର  ଦାବି କରାଯାଇଥିଲେ ମଧ୍ୟ କୌଣସି  ସୁଫଳ ମିଳିନଥିଲା । ଏଭଳିକି ପୋଲିସ ଡିଜି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ମଧ୍ୟ ପାଣିର ଗାର ପାଲଟିଛି I ଭାଗୀରଥଙ୍କ ପରିବାର ୧୩ ବର୍ଷ ହେବ ନ୍ୟାୟ ଆଶାରେ ଅପେକ୍ଷା କରି ରହିଛନ୍ତି l ଏନେଇ ଗତ ୩ ତାରିଖ ସୁଦ୍ଧା ଯଦି ସରକାର କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ୫ ତାରିଖରେ ବନ୍ଦ ପାଳନ କରାଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଥିଲା। ଆଜିର ବନ୍ଦର ପ୍ରଭାବ ରାୟଗଡା ଜିଲ୍ଲା ସଦର ମହକୁମା ସହିତ କାଶୀପୁର , ଟିକିରି , ଜେକେ ପୁରରେ ବେସ ପରିଲିଖିତ ହୋଇଛି ।

    Related News

    Follow Us