ଗଂଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିକାଟୁ ବ୍ଳକ ବେଲଗାଁ , ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ନୂରସିଂହ ପ୍ରସାଦ ମିଶ୍ର ଯୋଗଦେଇ ଏନ.ଏସ. ଏସ. ର ଲକ୍ଷ୍ୟ ଏବଂ ଆଭିମୁଖ୍ୟ ବାବଦରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବରେ ଗଣ୍ଡଳା ଗ୍ରାମ ର ସମିତି ସଭ୍ୟ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଓ ଅନ୍ୟାନ୍ୟ ଅତିଥି ମାନେ ପିଟି ଶିକ୍ଷକ ଶ୍ରୀ ସୁରେନ୍ଦ୍ର ପଣ୍ଡା , ଶ୍ରୀ ନିଳାଞ୍ଚଳ ସାହୁ , ଏବଂ programme officer ଶ୍ରୀ ଗଣେଶ ସାହୁ ଯୋଗ ଦେଇଥିଲେ । ୫୦ ଜଣ ଏନଏସଏସ ସ୍ବେଛାସେବୀଙ୍କ ଦ୍ଵାରା ୭ ଦିନ ଧରି କରାଯାଇଥିବା ସାମାଜିକ କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି। ଶିବିରରେ ନାରିଶସକ୍ତିକରଣ, ବାଲ୍ୟ ବିବାହକୁ ରୋକିବା,ସ୍ବଚ୍ଛତା , ପରିମଳ ବ୍ୟବସ୍ଥା, ପଲିଥିନ ବର୍ଜନ, ଭଳି ସଚେତନତା କାର୍ଯ୍ୟକ୍ରମ ରାଲି ମାଧ୍ୟମରେ କରାଯାଇଥିଲା । ବିଭିନ୍ନ literature class ରେ କୃଷିର ଉନ୍ନତି, ସରକାରଙ୍କ ବିଭିନ୍ନ ଯୁବ ଓ ମହିଳା ଯୋଜନା ବିଷୟରେ ଅବଗତ, ଡାକ୍ତରଙ୍କ ଠାରୁ ଶୀତଦିନେ ସୁସ୍ୱାସ୍ଥ୍ୟ ବ୍ୟବସ୍ଥାର ପରାମର୍ଶ, digital India , cyber security ଇତ୍ୟାଦି ବିଷୟରେ volunteer ମାନେ ଜାଣିଲେ ଏବଂ ଶପଥ ନେଲେ ସମାଜକୁ ଏହି ସମସ୍ତ ବିଷୟରେ ସଚେତନ କରାଇବେ । ବ୍ରହ୍ମପୁର ରୁ ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ସଂଘର୍ଷ ଟିଭି।