ହିଞ୍ଜିଳିକାଟୁ,ସମରଝୋଳ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟ
ପରିସରରେ କ୍ୟାମ୍ପ ସଦସ୍ୟ ଙ୍କ ମୀଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ହିଞ୍ଜିଳି ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ତଥା ସମ୍ମାନନୀୟ ଅତିଥି ରାଜ୍ୟ କୃଷିଜାତ ଦ୍ରବ୍ୟ ବିପଣନ ବୋର୍ଡ ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ , ଜିଲ୍ଲା ଯୋଜନା କମିଟି ଏକ୍ସପର୍ଟ ସଦସ୍ୟ ଏନ୍.ରଘୁନାଥ , ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସୁଦୀପ ଦାସ , ସି.ଇ.ଓ. ଜନାର୍ଦ୍ଧନ , ଶ୍ରୀ ବି ଶ୍ରୀନିବାସ, ଡ଼ାଇରେକ୍ଟର୍ ଭି ଶଙ୍କର ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ମାନଙ୍କ ଉପସ୍ଥିତିରେ ସାମାଜିକ ସଙ୍ଗଠନ ‘ସଚେତନ ନାଗରିକ ସଙ୍ଘ,ଓଡ଼ିଶା’ର ବିଭିନ୍ନ ସ୍ଥାନରୁ ଆସିଥିବା କ୍ୟାମ୍ପ ସଦସ୍ୟ ମାନଙ୍କର ସମାଜ ପ୍ରତି ତାଙ୍କ ନିଷ୍ଠା ଏବଂ ସେବା ମନୋଭାବ ଲାଗି ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ରହ୍ମପୁର ରୁ ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ।