Search
Close this search box.

ବିଳମ୍ବରେ ଅଫିସ ଆସିଲେ ବନ୍ଦ କରାଯିବ ଦରମା

0
SHARES
14
VIEWS

Bhubaneswar Municipal Corporation

ବିଳମ୍ବରେ ଅଫିସ ଆସିଲେ ବନ୍ଦ କରାଯିବ ଦରମା । ଯେଉଁ କର୍ମଚାରୀମାନେ ବିଳମ୍ବରେ ଅଫିସ ଆସୁଛନ୍ତି, ସେମାନଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ । ନିଜ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ(BMC) ।
ଏ ସଂପର୍କିତ ଏକ ନିର୍ଦ୍ଦେଶନାମା ଜାରି କରି ବିଏମସି କମିଶନର ଦର୍ଶାଇଛନ୍ତି ଯେ, ବିଏମସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫ ମଧ୍ୟରେ ପହଞ୍ଚିବା ଦରକାର । ଅଧିକରୁ ଅଧିକ ୧୫ ମିନିଟ୍ ଯାଏଁ କୋହଳ କରାଯାଇପାରିବ । ଅର୍ଥାତ ସକାଳେ ସାଢ଼େ ୧୦ଟା ଯାଏଁ କୋହଳ
କରାଯିବ । ତାପୁଣି କୌଣସି ଟ୍ରାଫିକ୍ ଜାମ୍, ଗାଡ଼ି ଖରାପ କିମ୍ବା ଅନ୍ୟାନ୍ୟ ଜରୁରିକାଳୀନ ସମସ୍ୟା ହେଲେ ହିଁ କୋହଳ କରାଯାଇପାରିବ ।
ଏସବୁ ବାଦ୍ ଯଦି କେହି ଅନ୍ୟ କୌଣସି କାରଣ ଦର୍ଶାଇ ବିଳମ୍ବରେ ଅଫିସ୍ ଆସିଲେ ତାଙ୍କ ପାଇଁ ତତକ୍ଷଣାତ୍ ABSENT କିମ୍ବା NO WORK NO PAY ନୀତି ଲାଗୁ ହେବ ବୋଲି କମିଶନର ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି । କର୍ମଚାରୀ ମାନେ ନିର୍ଦ୍ଧାରିତ ସମୟରେ ଅଫିସ ଆସୁଛନ୍ତି ନା ନାହିଁ, ପ୍ରତ୍ୟେକ ମହଲାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ତଦାରଖ କରିବେ ବୋଲି ଦର୍ଶାଯାଇଛି ନିର୍ଦ୍ଦେଶନାମାରେ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us