ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସାନଖଣି ଗ୍ରାମର ବନ ସୁରକ୍ଷା ସମିତି କୁ ରାଜ୍ୟ ସରକାର ରାଜ୍ୟ ସ୍ତରୀୟ ଶ୍ରେଷ୍ଟ ବନ ସୁରକ୍ଷା ସମିତି ଭାବେ ପୁରସ୍କୃତ କରିଛନ୍ତି। ପୁରସ୍କାର ବାବଦକୁ ୨୦୦୫୦ଟଙ୍କା ଚେକ୍ ଆକାରରେ ମୋହନା ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ ଏକ ବୈଠକ କରି ସମିତି କର୍ମକର୍ତ୍ତା ଙ୍କୁ ପ୍ରଦାନ କରିଛନ୍ତି। ଏହି ବୈଠକରେ ବନପାଳ ଦେବାଶିଷ ଶତପଥି ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।