Search
Close this search box.

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଗ୍ରାମର ଦେବାଶିଷ ମିଶ୍ର ଓଡିଶା ଜୁଡ଼ିଶିଏଲ୍ ସର୍ଭିସରେ ସଫଳତା ଆଣି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି

0
SHARES
1
VIEWS

କଣ୍ଟାମାଳ(sangharsatv): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଗ୍ରାମର ଦେବାଶିଷ ମିଶ୍ର ଓଡିଶା ଜୁଡ଼ିଶିଏଲ୍ ସର୍ଭିସରେ ସଫଳତା ଆଣି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି | ସୂଚନା ଅନୁସାରେ କଣ୍ଟାମାଳ ଗ୍ରାମର ବାପା ଉତ୍ତର ମିଶ୍ର ଓ ମାଆ ପଦ୍ମିନୀ ମିଶ୍ରଙ୍କ ପୁଅ ଦେବାଶିଷ (୨୬) | ପିଲାଟି ଦିନରୁ ଦେବାଶିଷ ଭଲ ପାଠ ପଢୁଥିବା ବେଳେ ସେ ଭବିଷ୍ୟତରେ ଜଣେ ଉଚ୍ଚ ପଦବୀରେ ରହି ଲୋକଙ୍କ ସେବା କରିବାର ଆଗ୍ରହ ଥିଲା|ପ୍ରଥମେ ଗାଁ ସ୍କୁଲରୁ ନିଜ ପାଠ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ବାହାରେ ପାଠ ପଢିଥିଲେ | ଦେବାଶିଷ ଓଡ଼ିଶା ଜୁଡ଼ିଶିଏଲ ସର୍ଭିସ ପରୀକ୍ଷା ୨୦୨୨ରେ ୪୨ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି | ତାଙ୍କର ଏଭଳି ସଫଳତା ପଛରେ କଠିନ ପରିଶ୍ରମ ସହ ବାପାମାଆ, ଗୁରୁଜନଙ୍କ ଆଶୀର୍ବାଦ ଥିବା କହିଛନ୍ତି | ଦେବାଶିଷଙ୍କ ଏଭଳି କୃତକାର୍ଯ୍ୟ ଦେଖି ବାପାମାଆ , ବନ୍ଧୂପରିଜନ , ପଡୋଶୀ ସହ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି | ଦେବାଶିଷଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି | ସୂଚନା ଥାଉ କି ବଡ଼ଭାଇ ଲକ୍ଷ୍ମଣ ମିଶ୍ର ସୋନପୁର ଜିଲ୍ଲା ବିନିକାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି | ବିଚାରପତି ଭାବରେ ନିଯୁକ୍ତି ହେବା ପରେ ଗରିବନିରିହ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି

    Related News

    Follow Us