ଧର୍ମଗଡ:ଗତକାଲି ରାତିରେ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ଦାସ
ଙ୍କ ନେତୃତ୍ବରେ ଯୋଗାଣ ବିଭାଗ ଏକ ଟିମ ଦୁଇ ଟି ଗାଡି ସହିତ ୨୧୪ କ୍ୟୁଣ୍ଟାଲ
ଧାନ ଜବତ କରି ଧର୍ମଗଡ ସହର ଏକ ରାଇସମିଲ ରେ ଜିମା ଦେଇ ଛନ୍ତି ।
ଯୋଗାଣ ବିଭାଗ ପକ୍ଷରୁ ମିଳି ଥିବା ସୂଚନା ଅନୁଯାୟୀ ଜଣା ଯାଏଁ ଯେ ଗତ
କାଲି ରାତି ରେ ଓ ଆର ୦୪ଏଚ୍ ୨୨୯୬ ନମ୍ବର ଏକ ଟ୍ରକ ଗୋଲାମୁଣ୍ଡା ବ୍ଲକ
ଉଦେଶୃଙ୍ଗ ଛକ ପାଖ ରେ ଧାନ ବୋଝେଇ କରି ନେଉ ଥବା ବେଳେ ଯୋଗାଣ
ବିଭାଗ ଏକ ସ୍ମାର୍ଡ ଗାଡି କୁ ଅଟକ ରଖୁ ଯାଞ୍ଚ କରିଥିଲେ।ଯାଞ୍ଚ ବେଳେ ଏହି ଧାନ
ଛତିଶଗଡ ଅଞ୍ଚଳ କୁ ଚୋରା ଚାଲାଣ ହେଉଥିବା ଜଣା ପଡ଼ିଥିଲା । ପରେ ଉକ୍ତ
ଟ୍ରକ୍ କୁ ଜବତ କରି ତଦନ୍ତି କଲା ପରେ ସେଥ୍ରେ ୧୮୮ କ୍ରିଷ୍ଣାଲ ଧାନ ଥିବା ଜଣା
ପଡିଥିଲା । ଏହି ରି କୋକସରା ବ୍ଲକ ଖୁଣ୍ଟି ଆ ଛକ୍ ଠାରୁ ଛତିଶ ଗଡ଼ କୁ ସିଜି ୨୩
ଜେ ୮୪୪୪ ଏକ ପିକଅପ୍ ଧାନ ବୋଝେଇ କରି ନେଉଥିବା ଯୋଗାଣ ବିଭାଗ
ସ୍ମାର୍ଡ ନଜର କୁ ଆସିଥ୍ଲା ପରେ ଯାଞ୍ଚ ପରେ ଏହି ଧାନ ଛତିଶ ଗଡ଼ କୁ ଚୋରା
ଚାଲାଣ ହେଉଥିବା ଜଣା ପଡ଼ିଥିଲା । ଏଥ୍ରେ ୨୪.୯୫ କ୍ରିଷ୍ଣାଲ ଧାନ ଥିବା
ଜଣାପଡିଛି । ଦୁଇଟି ଗାଡି ରେ ମୋଟ ୨୧୪ କ୍ରିଣ୍ଟାଲ ଧାନ ଥିବା ଜଣା ପଡିଛି ।
କଳାହାଣ୍ଡି ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ
କୁମାର ଦାସ ଙ୍କ ନେତୃତ୍ବ ରେ ଧର୍ମଗଡ ଉପ ଖଣ୍ଡ ଯୋଗାଣ ଅଧିକାରୀ ଦୂର୍ଗା
ପ୍ରସାଦ ମାଝୀ, ଧର୍ମଗଡ଼ ଯୋଗାଣ ନିରୀକ୍ଷକ ପ୍ରଶାନୁ ଦାସ, ଜୟ ପାଟଣା
ଯୋଗାଣ ନିରୀକ୍ଷକ ପ୍ରିୟ ନାଏକ ଓ ଜଗାରାମ ମୂର୍ମୁ ଏହି ସ୍ମାର୍ଡ ରେ ସାମିଲ
ହୋଇ ଥିଲେ ।ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ମଣ୍ଡି ରେ ଧାନ କ୍ରିସ୍ଟାଲ ପିଛା ୨୧୦୦ ଟଙ୍କା
ଦେଉଥିବା ବେଳେ ପଡୋଶୀ ଛତିଶ ଗଡ଼ ରେ ସରକାର ଧାନ କ୍ରିଷ୍ଣାଲ ପିଛା
୩୧୦୦ ଟଙ୍କା ଦେଉଛନ୍ତି । ଫଳରେ ଦଲାଲ୍ ମାନେ ଛତିଶ ଗଡ଼ କୁ ଧାନ ଚୋରା
ଚାଲାଣ କରି ଲାଭବାନ ହେଉଛନ୍ତି ।