ଜୟପୁର,୨୬|୧୨:ଜୟପୁର ବିଧାନସଭା ମଣ୍ଡଳୀ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସରେ ପୂର୍ବତନ ରାଷ୍ଟ୍ର ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ନେତୃତ୍ବରେ ରଘୁନାଥ ମନ୍ଦିର ଛକ ଠାରୁ ଦଶହରା ପଡିଆ ପର୍ଯ୍ୟନ୍ତ ଏକ ଗଣ ଦୌଡର ଆୟୋଜନ ହୋଇଥିଲା । ଏହି ଦୌଡ଼ରେ ରବି ନାରାୟଣ ନନ୍ଦ, ବିଜେଡି ନଗର ସଭାପତି ହର ମିଶ୍ର ଟାଉନ୍ କାର୍ଯ୍ୟକାରୀ ସଭାପତି ସହଦେବ ପଟ୍ଟନାୟକ, ବାପି ପରିଡା,ବିଜେଡି ଦଳର ଅନ୍ୟାନ୍ୟ ପଦାଧିାକାରୀ, ପୌରର ବିଜେଡି କେତେକ କାଉନସିଲର, ଯୁବ ବିଜୁ ଜନତା ଦଳର କର୍ମକର୍ତ୍ତା ଦଳର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ସାଇକେଲରେ ଗଲାବେଳେ ଅନ୍ୟାନ୍ୟ କର୍ମୀ ଏବଂ କାର୍ଯ୍ୟକର୍ତ୍ତା ଦୌଡ଼ି ଦୌଡ଼ି ନବୀନ ପଟ୍ଟନାୟକ ଜିନ୍ଦା ବାଦ୍ ବିଜେଡି ଜିନ୍ଦା ବାଦ ର ସ୍ଲୋଗାନ ଦେଇ ବିକ୍ରମଦେବ ୟୁନିଭେର୍ସିଟି ପଡିଆ ପର୍ଯ୍ୟନ୍ତ ପହଞ୍ଚିଥିଲେ। ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ନନ୍ଦଙ୍କ କହିବା ଅନୁଯାୟୀ ଦଳୀୟ ସଙ୍ଗଠନକୁ ଆହୁରି ମଜଭୁତ କରିବା ସହ ତୃଣମୂଳସ୍ତରରେ ଲୋକଙ୍କ ଅଧିକ ନିକଟତର ହେବା ଏବଂ ରାଜ୍ୟର ହକ ଅଧିକାର ଲଢେଇକୁ ଜୋରଦାର କରିବା ଆଦି ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ରୂପରେଖ ଉପରେ ବକ୍ତବ୍ୟ ଦେଇଥିଲେ । ବିରୋଧୀଙ୍କ ଅପପ୍ରଚାର ଏବଂ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ସ୍ବରକୁ ଆହୁରି ଦ୍ବିଗୁଣିତ କରିବା ପାଇଁ ଶ୍ରୀ ନନ୍ଦ ଏହି ଅବସରରେ ଆହ୍ବାନ ଦେଇଛନ୍ତି ।ଏହି ଅବସରରେ ସାଧାରଣରେ ଏହିଥର ଜୟପୁର ବିଧାନସଭା ଆସନଟି ବିଜୁ ଜନତା ଦଳ ହାତଇବା ପାଇଁ ପ୍ରୟାସ କରିବେ ବୋଲି ମୋତ ବ୍ୟକ୍ତ କରିବା ସହ ସପଥ ନେଇଥିଲେ ନେତୃ ମଣ୍ଡଳୀ ଏବଂ କର୍ମୀ ଦ୍ଵିତୀୟାର୍ଧ୍ଵ ରେ ଜୟନଗର ସ୍ଥିତ ସାଙ୍ଗମ କୋଲ୍ଲାନିମଣ୍ଡପ ଠାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଡ଼. ଏସ ଏସ ମିଶ୍ର ଏବଂ ରକ୍ତ ଭଣ୍ଡାର କର୍ମୀ ଙ୍କ ସୋହଯୋଗରେ ଆୟଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁବାଷ ରାଉତ ଓ ଅନ୍ୟାନ୍ୟ ବିଜେଡି ପ୍ରମୁଖ ନେତା ମାନେ ଉପସ୍ଥିତ ଥିଲେ, ଏଥିରେ 12 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l
ଜୟପୁର ରୂ କୋମଳ ଭତ୍ରା ସଂଘର୍ଷ ଟିଭି