ରାସ୍ତା ନଥିବା ଯୋଗୁଁ ନବଜାତ ଶିଶୁ ମୃତ ଆମ୍ବୁଲାନ୍ସ ସେବା ଠିକ୍ ସମୟରେ ପହଞ୍ଚି ନାହିଁ।
କୋରାପୁଟ ଜିଲ୍ଲା ସୀମାନ୍ତ ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତଅନ୍ତର୍ଗତ ବାଗମାରି ଗ୍ରାମର ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମର ଜଣେ ଗର୍ଭବତୀ ମହିଳା ଙ୍କ ଗର୍ଭ ଜନ୍ତ୍ରଣା ହେବାରୁ ୧୦୮ କୁ ଫୋନ କରିଥିଲେ ହେଲେ ।ରାୟଗଡା ଜିଲ୍ଲା କୁମ୍ବିକଟାରୁ ୧୦୮ଗାଡି ପହଞ୍ଚି ଥିଲା କିନ୍ତୁ ଗାଁ କୁ ରାସ୍ତା ନଥିବାରୁ ୧୦୮ଆମ୍ବୁଲାନ୍ସ ଗାଡି ର କର୍ମଚାରୀ ବିନଦ ହାଲବା ଓ ଗୁପ୍ତେଶ୍ଵର ବଗର୍ତୀ କାନ୍ଦରେ କାନ୍ଧେଇ ନଦୀ ଉପରେ ଥିବା ଅସ୍ଥାୟୀ ପୋଲ ପାର କରି ଆମ୍ବୁଲାନ୍ସ ନିକଟକୁ ଆଣି ଲକ୍ଷ୍ମୀପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଜଣାପଡ଼ିଛି । ଶେଷରେ ଛୁଆ ମୃତ ହୋଇ ଥିବା ସୁଚନା ମିଳିଛି ଆମ୍ବୁଲାନ୍ସ ନପହଞ୍ଚିବାରୁ ଘରେ ପ୍ରସବ ହେତୁ ନବଜାତ ମୃତ ହୋଇଛି। ରାୟଗଡାରୁ ଆଶୁତୋଷ କୁମାର ପଟ୍ଟନାୟକ